Odia News Portal

ବାଥଟବରେ ହଟ୍ ଲୁକ

କରିଶ୍ମା ଶର୍ମା ଅଧିକାଂଶ ସମୟ ନିଜ ବୋଲ୍ଡ ଲୁକ୍ ପାଇଁ ଚର୍ଚ୍ଚାରେ ଥାନ୍ତି। ପୁଣି ଥରେ ତାଙ୍କ ହଟ୍ ଅବତାରର ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ୱେବ ସିରିଜ ରାଗିନୀ ଏମ୍ଏମ୍ଏସ୍ରୁ ସେ ଟିଭି ଇଣ୍ଡଷ୍ଟ୍ରିରେ ନିଜ ପରିଚୟ ତିଆରି କରିଥିଲେ। ଛୋଟ ପରଦାରୁ କ୍ୟାରିଅର ଆରମ୍ଭ କରିଥିବା କରିଶ୍ମା ଏବେ ଯୁବପୀଢିଙ୍କ ମଧ୍ୟରେ ଖୁବ ଫେମସ। ଟେଲିଭିଜନ ସୋ ପବିତ୍ର ରିସ୍ତା, ପ୍ୟାର ତୁନେ କ୍ୟା କିଆ ଓ ଲଭ ବାଏ ଚାନ୍ସରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ।

ଏବେ କିଛି ଦିନ ତଳେ କରିଶ୍ମା ଇଣଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ହଟ୍ ଫଟୋ ସେଆର କରିଥିଲେ। ଫଟୋରେ କରିଶ୍ମା ଗ୍ରୀନ ବିକିନୀ ପିନ୍ଧି ବାଥଟବ୍ରେ ସ୍ନାନ କରିବା ସହ ବହି ପଢିବାର ଦେଖାଯାଇଛି। ଫଟୋରେ କରିଶ୍ମା ବହୁତ ସେକ୍ସି ଓ ହଟ୍ ଲାଗୁଛନ୍ତି। ତାଙ୍କର ଏହି ବୋଲ୍ଡ ଅନ୍ଦାଜକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି।