Odia News Portal

ବିଜ୍ଞାପନ ପାଇଁ ବିବାଦରେ ଅକ୍ଷୟ

ମୁମ୍ବାଇ()  ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏକ ନାମୀଦାମୀ ବ୍ରାଣ୍ଡ ଓ୍ବାଶିଂ ପାଉଡରର ବିଜ୍ଞାପନ କରି ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ମରାଠା ଯୋଦ୍ଧାଙ୍କ ପରିହାସ କରିଥିବା ନେଇ ଅକ୍ଷୟଙ୍କ ନାଁରେ ଅଭିଯୋଗ ହୋଇଛି।

ରିପୋର୍ଟ ମୁତାବକ , ମରାଠା ଯୋଦ୍ଧାଙ୍କ ରାଜା ହୋଇଥିବା ଅକ୍ଷୟ ଶତ୍ରୁଙ୍କ ସହ ଯୁଦ୍ଧ କରି ଫେରିବା ପରେ ତାଙ୍କୁ ଓ ସେନାକୁ ସ୍ବାଗତ କରାଯାଇଥାଏ। ତେବେ ମଇଳା କପଡାକୁ ଦେଖି ଜଣେ ସୈନ୍ୟଙ୍କ ସ୍ତ୍ରୀ ବ୍ୟଙ୍ଗ କରିଥାନ୍ତି। ସ୍ତ୍ରୀଙ୍କ ବ୍ୟଙ୍ଗ ପରେ ଅକ୍ଷୟ ଏକ ମଜାଳିଆ ଡ୍ୟାନ୍ସ କରି ନିଜ କପଡ଼ା ଧୋଉଥିବାର ଏହି ବିଜ୍ଞାପନ ଭିଡିଓରେ ଦେଖିବାକୁ ମିଳିଛି। ମରାଠା ଯୋଦ୍ଧାଙ୍କ ରାଜା ହୋଇଥିବା ଅକ୍ଷୟଙ୍କ ଏହି ଡ୍ୟାନ୍ସ ଓ କପଡ଼ା ଧୋଇବାକୁ ନେଇ ଲୋକମାନେ ଆପତ୍ତି ଜଣାଇଛନ୍ତି।

ଅଭିନେତାଙ୍କ ବିରୋଧରେ ମୁମ୍ବାଇର ବର୍ଲୀ ପୋଲିସ୍ ଥାନାରେ ଅଭିଯୋଗ ହୋଇଛି । ଯେଉଁଥିରେ ମରାଠା ସଂସ୍କୃତିର ମଜା ଉଡାଇବା ଏବଂ ଲୋକଙ୍କ ଭାବନାର ଥଟ୍ଟା କରିବାର ଅଭିଯୋଗ ଲାଗିଛି । ସୋସିଆଲ୍ ମିଡିଆରେ ଅକ୍ଷୟ ଏନେଇ ଟ୍ରୋଲ୍ ହେବା ସହ ବିଜ୍ଞାପନ ଲୋକମାନେ ତୁଚ୍ଛ ବୋଲି କହିଛନ୍ତି । ବିଜ୍ଞାପନ କମ୍ପାନୀ ନିରମାକୁ ୟୁଜର୍ସ ହ୍ୟାସଟାଗ୍ ବଏକଟ୍ ନିରମା ନାଁ ରେ ଟ୍ୱିଟରରେ ଟ୍ରେଣ୍ଡ୍ କରୁଛନ୍ତି । ଅକ୍ଷୟଙ୍କୁ କ୍ଷମା ମାଗିବାକୁ ବି ଲୋକମାନେ କହିଛନ୍ତି ।