Odia News Portal

ଏହି ଅଭିନେତ୍ରୀଙ୍କ ପ୍ରଶଂସା କଲେ ଅମିତାଭ , କାହିଁକି ଜାଣନ୍ତୁ

ମୁମ୍ବାଇ() ସୁପରଷ୍ଟାର ଅମିତାଭ ବଚ୍ଚନ ବଲିଉଡ୍ ନାୟିକା ତନୁଶ୍ରୀ ଦତ୍ତଙ୍କୁ ପ୍ରଶଂସା କରିଥିବା ଦେଖାଯାଇଛି। ‘କୌନ ବନେଗା କରୋଡପତି’ କାର୍ୟ୍ୟକ୍ରମରେ ଜଣେ ପ୍ରତିଯୋଗୀଙ୍କୁ #ମିଠୁକୁ ନେଇ ପ୍ରଶ୍ନ କରାଯାଇଥିଲା। ପ୍ରଶ୍ନଟି ଥିଲା ବଲିଉଡ୍ର କେଉଁ ବିୟୁଟି ପ୍ରଥମେ #ମିଠୁକୁ ନେଇ ମୁହଁ ଖୋଲିଥିଲେ। ଅବଶ୍ୟ ଉତ୍ତରରେ ପ୍ରତିଯୋଗୀ ତତ୍କ୍ଷଣାତ୍ ତନୁଶ୍ରୀ ଦତ୍ତଙ୍କ ନାମ କହିଥିଲେ।

ଏହାପରେ ତନୁଶ୍ରୀଙ୍କ ସମ୍ପର୍କରେ କିଛି ସୂଚନା ଦେଇଥିଲେ ଅମିତାଭ। ଏହା ଶୁଣିବା ପରେ ପ୍ରତିଯୋଗୀ ଜଣଙ୍କ ତନୁଶ୍ରୀଙ୍କୁ ଜଣେ ସାହସୀ ନାରୀ ବୋଲି କହିଥିଲେ। ଏହାପରେ ଅମିତାଭ ମଧ୍ୟ ତନୁଶ୍ରୀଙ୍କୁ ଖୁବ୍ ସାହସି ବୋଲି କହିଥିଲେ।