Odia News Portal

ଫଲୋର୍ସଙ୍କ ସହଯୋଗ ଲୋଡିଲେ ଅନୁଭବ

ଭୁବନେଶ୍ୱର() ଓଲିଉଡ଼ର ସଫଳ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାମରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି । ଏହି ମାମଲାକୁ ନେଇ ମାନବାଧିକାର କର୍ମୀ ଗତକାଲି ବର୍ଷା ଓ ଅନୁଭବଙ୍କୁ ଭେଟି ଏହି ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ଆଜି ଏହାକୁ ନେଇ ଅନୁଭବ ମହାନ୍ତି ଏକ ନୂଆ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ ହ୍ୟୁମାନ ରାଇଟ୍ସ କମିଶନଙ୍କ ଉପରେ ବିଶ୍ୱାସ କରିବି ନା ନିଜ ବାପା ଓ ମାଆଙ୍କ ଉପରେ ବିଶ୍ୱାସ କରିବି । ସେ ଏପରି ତାଙ୍କ ଫଲୋର୍ସଙ୍କୁ ପଚାରି ସହଯୋଗ ଲୋଡ଼ିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ମାନବାଧିକାର କର୍ମୀ ଏହି ମାମଲାରେ ବର୍ଷାଙ୍କ ସହ ଆଲୋଚନା କରିବା ପରେ ସୂଚନା ଦେଇ କହିଥିଲେ ଅନୁଭବଙ୍କ ବ୍ୟତୀତ ସେ ଆଉ କାହା ନାମରେ ଅଭିଯୋଗ କରି ନାହାନ୍ତି ।ଏହାସହ ଅନୁଭବ କେବଳ ମଦ୍ୟପାନ କରି ଗାଳିଗୁଲଜ କରିଛନ୍ତି ବୋଲି ବର୍ଷା କହିିଥିଲେ । ବର୍ଷା ବିବାହ ବିଚ୍ଛେଦ ଚାହୁଁ ନାହାନ୍ତି ବରଂ ସମାଧାନ ଚାହୁଁଛନ୍ତି । ସେହିପରି ଅନୁଭବଙ୍କ ସହ ଆଲୋଚନା ବେଳେ ଅନୁଭବ ବିବାହ ବିଚ୍ଛେଦ କିମ୍ବା ସମାଧାନ ନେଇ କିଛି ସ୍ପଷ୍ଟ କରିନଥିଲେ ବୋଲି ମାନବାଧିକାର କର୍ମୀ ସୂଚନା ଦେଇଥିଲେ ।