Odia News Portal

ନିଜ ଗୀତ ଶୁଣନ୍ତି ନାହିଁ ଏହି ଗାୟକ,ଜାଣନ୍ତୁ

ଖୁବ୍ କମ୍ ଦିନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସଫଳତା ସାଉଣ୍ଟି ପାରିଛନ୍ତି ଗାୟକ ଅରଜିତ ସିଂ ।ନିଜ ସଙ୍ଗୀତର ଯାଦୁରେ ଅନ୍ୟଙ୍କୁ ମତୁଆଲା କରୁଥିବା ଅରଜିତଙ୍କୁ କିନ୍ତୁ ନିଜ ଗୀତ ଶୁଣିବାକୁ ଭାରି ଡରେ ଲାଗେ । ତାଙ୍କ ପତ୍ନୀ ମଧ୍ୟ ତାଙ୍କ ଗୀତ ଶୁଣନ୍ତି ନାହିଁ ବୋଲି ଏକ ଇଭେଣ୍ଟରେ କହିଛନ୍ତି ।

୨୦୦୫ ମସିହାରେ ସେ ସଙ୍ଗୀତ ଦୁନିଆରେ ପାଦ ରଖି ଖୁବ୍ କମ୍ ଦିନରେ ସେ ସଫଳତା ପାଇପାରିଥିଲେ। ଆଜି ସେ ଜଣେ ସଫଳ ମ୍ୟୁଜିକ୍ ଡାଇରେକ୍ଟର, ମ୍ୟୁଜିକ କମ୍ପୋଜର ମଧ୍ୟ। ହିନ୍ଦି ବ୍ୟତୀତ ବହୁ ଆଞ୍ଚଳିକ ଭାଷାରେ ମଧ୍ୟ ସେ ଗୀତ ଗାଇଛନ୍ତି।

୨୦୦୫ ମସିହାରେ ସେ ସିଙ୍ଗିଙ୍ଗ ରିଆଲିଟି ଶୋ’ ‘ଫେମ୍ ଗୁରୁକୂଲ’ରେ ସାମିଲ ହୋଇଥଲେ। ସେଠାରେ ହିଁ ଅରଜିତଙ୍କ ପ୍ରତିଭା ଚିହ୍ନିପାରି ତାଙ୍କୁ ବଲିଉଡ଼ରେ ବ୍ରେକ୍ ଦେଇଥିଲେ ସୁପ୍ରସିଦ୍ଧ ଡାଇରେକ୍ଟର ସଞ୍ଜୟ ଲିଳା ଭନଶାଳୀ ଓ ନିର୍ମାତା ରମେଶ କୁମାର ତୌରାନି। ଅରଜିତଙ୍କ ସ୍ୱର ଯାଦୁରେ ମତୁଆଲା ହୋଇ ଭନଶାଲୀ ତାଙ୍କୁ ‘ସାବରିଆ ’ ଫିଲ୍ମରେ ‘ ୟୁ ସବନମି’ ଗୀତ ଗାଇବାର ସୁଯୋଗ ଦେଇଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

୪୫ ମିନିଟ୍ ଗାଇବା ନିମନ୍ତେ ସେ ଦେଢ କୋଟି ନେଉଛନ୍ତି। ଫିଲ୍ମରେ ଗୋଟିଏ ଗୀତ ଗାଇବାକୁ ଦାବି କରୁଛନ୍ତି ୧୬ ଲକ୍ଷ। ଏତେ ଟଙ୍କା ରୋଜଗାର ସତ୍ତ୍ୱେ ସେ ସାଧାସିଧା ଜୀବନ ଅତିବାହିତ କରିବାକୁ ଭଲ ପାଆନ୍ତି।