Odia News Portal

ଅର୍ଜୁନ ରାମପାଲଙ୍କ ଘରେ ଏନସିବି ଚଢାଉ

ମୁମ୍ବାଇ() ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ ମୋଡକୁ ନେଇ ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ବଡ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଜି ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢାଉ କରିଛି ଏନସିବି । ଅର୍ଜୁନଙ୍କ ମୁମ୍ବାଇ ସ୍ଥିତ ଘରେ ଚଢାଉ କରିବା ସହ ଅଫିସରରେ ସର୍ଚ୍ଚ ଅପରେସନ ଜାରି ରଖିଛି ଏନସିବି । ଏନସିବିରୁ ମିଳିଥିବା ସୂଚନା ମୁତାବକ, ଅର୍ଜୁନ ରାମପାଲଙ୍କ ଡ୍ରାଇଭରକୁ ଗିରଫ କରାଯାଇଛି ।

ଏନସିବି ପୂର୍ବରୁ ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କ ଭାଇକୁ ଏହି ମାମଲାରେ ଗିରଫ କରିଛି ଏନସିବି । ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ ଏଙ୍ଗେଲର ତଦନ୍ତ କରୁଛି। ରିଆ ଚକ୍ରବର୍ତ୍ତୀ-ସୁଶାନ୍ତ ମାମଲାରେ ଏନସିବି ଜଣେ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଥିଲା। ଏହି ବେପାରୀ ଅର୍ଜୁନଙ୍କ ଶଳାଙ୍କ ନାମ କହିଥିଲା।

ଅର୍ଜୁନଙ୍କ ଶଳା ଗାବ୍ରିଏଲା ଜଣେ ଆଫ୍ରିକୀୟ ନାଗରିକ। ଡ୍ରଗ୍ସ ରାକେଟରେ ସେ ସକ୍ରିୟ ଥିଲେ। ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେ ଏହି ସୂଚନା ଗିରଫ ବେଳେ କହିଥିଲେ।