Odia News Portal

ସୁପ୍ରିମକୋର୍ଟ ଗଲେ ଅଭିନେତ୍ରୀ ବର୍ଷା

କଟକ()  ଓଲିଉଡ଼ ସଫଳ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାମରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି । ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିବାବେଳେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ଦିଲ୍ଲୀର ପଟିଆଲା କୋର୍ଟରେ ଆବେଦନ କରିଛନ୍ତି  । ତେବେ ଏହି ମାମଲାକୁ କଟକକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ଦାବି କରିଛନ୍ତି  । ଏନେଇ ସେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରି ମାମଲା ସ୍ଥାନାନ୍ତର କରିବା ପାଇଁ ନିବେଦନ କରିଛନ୍ତି  । ଯାହାଫଳରେ ମାମଲା ପରିଚାଳନାରେ ତାଙ୍କୁ ସୁବିଧା ହେବବୋଲି ସେ ଉଲ୍ଲେଖ କରିଥିବା ଜାଣିବାକୁ ମିଳିଛି  । ଏହାସହ ମାମଲା ଲଢ଼ିବାକୁ ବର୍ଷା ଯାଇପାରିବେ ନାହିଁ ବୋଲି ପୂର୍ବରୁ ଜଣାଇଥିଲେ । ଏନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ଆଇନୀଜୀବୀ ପୂର୍ବରୁ କୋର୍ଟଙ୍କୁ ଅବଗତ କରାଇଥିଲେ ।