Odia News Portal

ଏସିଡ୍‌ ପୀଡିତାଙ୍କୁ ସାହାଯ୍ୟ କରିବେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖଙ୍କ ଦରିୟା ଦିଲ୍‌ ଦେଖିବାକୁ ମିଳିଛି। ଏବେ ତାଙ୍କ ଫାଉଣ୍ଡେଶନ ପ୍ରାୟ ୧୨୦ ଏସିଡ୍‌ ପୀଡିତାଙ୍କୁ ସହାୟତା ଯୋଗାଇ ଦେବ ବୋଲି ଶୁଣିବାକୁ ମିଳିଛି। ନିକଟରେ ଶାହାରୁଖ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ଜଣେ ଏସିଡ୍‌ ପୀଡିତାଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା।

ତେବେ ମିର୍‌ ଫାଉଣ୍ଡେଶନ ଦ୍ୱାରା ଏବେ ୧୨୦ ଜଣ ଏସିଡ୍‌ ପୀଡିତାଙ୍କ ସର୍ଜରୀ ଚାଲିଥିବା ସେ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ଶାହାରୁଖ ୨୦୧୩ରେ ତାଙ୍କ ପିତା ମିର୍‌ ତାଜ ମହମ୍ମଦ ଖାଁଙ୍କ ନାମ ଅନୁସାରେ ମିର୍‌ ଫାଉଣ୍ଡେଶନର ପ୍ରତିଷ୍ଠା କରିଥିଲେ। ସେମିତି ଫାଦର୍ସ ଡେ ଅବସରରେ ସେ ଏହାର ଓ୍ବେବସାଇଟ୍‌ Meerfoundation.org ଲଞ୍ଚ କରିଥିଲେ।

ଶାହାରୁଖଙ୍କ ମିର୍‌ ଫାଉଣ୍ଡେଶନ ଏସିଡ୍‌ ପୀଡିତାଙ୍କ ଚିକିତ୍ସାଠାରୁ ଆରମ୍ଭ କରି ଚାକିରି ପର୍ଯ୍ୟନ୍ତ ସବୁ ସୁବିଧା ଯୋଗାଇ ଦେଇଥାଏ। ଏହାସହ ବେସାହାରା ମହିଳା ଓ ଶିଶୁଙ୍କୁ ଦେଖାଶୁଣା କରିବା, ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବା, ପାରା ଆଥଲେଟ୍‌ଙ୍କୁ ହ୍ବିଲ ଚେୟାର ପ୍ରଦାନ କରିବା ଓ ନିକଟରେ କେରଳ ବନ୍ୟା ପୀଡିତଙ୍କୁ ମଧ୍ୟ ଏହି ଫାଉଣ୍ଡେଶନ ଦ୍ୱାରା ସହାୟତା ପ୍ରଦାନ କରାଯାଇଥିଲା।