Odia News Portal

ଖୁବ୍‌ ଶୀଘ୍ର ପରଦାକୁ ଭୋଜପୁରୀ ଫିଲ୍ମ ‘ସବ୍‌ କୁଶଲ ମଙ୍ଗଲ୍‌’

ଭୋଜପୁରୀ ମେଗା ଷ୍ଟାର ଏବଂ ଭାଜପାର ସାଂସଦ ରବି କିଶାନ ଙ୍କ ଝିଅ ରିବା କିସନ ବଲିଉଡରେ ଏଣ୍ଟ୍ରି କରିସାରିଛନ୍ତି। ତାଙ୍କ ଫିଲ୍ମ ‘‘ସବ କୁଶଲ ମଙ୍ଗଲ ’’(Sab Kushal Mangal) ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହି ଫିଲ୍ମରେ ଅକ୍ଷୟ ଖାନ୍ନା ଭିଲିଆନ୍‌ ଭୂମିକାରେ ଅଭିନୟ କରିଛନ୍ତି। ୨ ମିନିଟ୍‌ ୩୭ ସେକେଣ୍ଡର ଏହି ଟ୍ରେଲର ଖୁବ୍‌ ମଜାଦାର୍‌ ରହିଛି। ଫିଲ୍ମରେ ସତୀଶ କୌଶିକ୍‌ ଏବଂ ସୁପ୍ରିୟା ପାଠକ କପୁର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

‘ସବ କୁଶଲ ମଙ୍ଗଲ’ ଫିଲ୍ମର ନିଦେର୍ଶନା କରିଛନ୍ତି କରଣ ବିଶ୍ୱନାଥ କଶ୍ୟପ। ବିହାରର ବିବାହ ପ୍ରଥାକୁ ଆଧାର କରି ଏହା ଏକ କମେଡି ଫିଲ୍ମ। ସୂଚନା ମୁତାବକ ରବି କିସନଙ୍କ ଝିଅ ରିବା କିସନ ଏବଂ ପ୍ରିୟଙ୍କା ଶର୍ମା ପଦ୍ମିନୀ କୋଲ୍ହାପୁରେ ଏବଂ ଫିଲ୍ମମେକର ପ୍ରଦୀପ ଶର୍ମାଙ୍କ ପୁଅ। ଉଭୟ ଏହି ଫିଲ୍ମରେ ଡେବ୍ୟୁ କରୁଛନ୍ତି। ଏହି ଫିଲ୍ମ ଆସନ୍ତା ୩ ଜାନୁଆରୀ ୨୦୨୦ରେ ରିଲିଜ୍‌ ହେବ।