Odia News Portal

ଏହି ଜାଗାକୁ ହନିମୁନ୍‌ରେ ଯାଇପାରନ୍ତି ଆଲିୟା-ରଣବୀର

ବଲିିଉଡର ଚୁଲବୁଲି ଅଭିନେତ୍ରୀ ଆଲିୟା ଭଟ୍ଟ ନିଜ ଫିଲ୍ମ ଅପେକ୍ଷା ରିଲେଶନସିପ୍‌ କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଆଲିୟା ଅଭିନେତା ରଣବୀର କପୁରଙ୍କ ସହ ଡେଟ୍‌ କରୁଥିବା କଥା ତ ସମସ୍ତେ ଜାଣିଛନ୍ତି କିନ୍ତୁ କିଛି ଦିନ ପୂର୍ବରୁ ସୂଚନା ମିଳିଛି ଉଭୟ ଚଳିତ ବର୍ଷ ମଧ୍ୟ ବିବାହ ବନ୍ଧରେ ଯୋଡି ହୋଇପାରନ୍ତି। ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବିବାହକୁ ନେଇ ଅନେକ ଖବର ମଧ୍ୟ ସାମ୍ନାକୁ ଆସିଛି। ପୂର୍ବରୁ ମଧ୍ୟ ସୂଚନା ମିଳିଥିଲା ରଣବୀର କପୁରଙ୍କ ମାତା-ପିତା ନୀତୁ ଏବଂ ଋଷି କପୁର ମଧ୍ୟ ବିବାହର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। କିନ୍ତୁ ଏବେ ଖବର ମିଳିଛି କି ଏହି କପଲ୍‌ ବିବାହ ପାଇଁ କିଛି ବେଷ୍ଟ ଜାଗା ଖୋଜିବାରେ ବ୍ୟସ୍ତ ଅଛନ୍ତି।

ସୂଚନା ମୁତାବକ ଆଲିୟା ଏବଂ ରଣବୀର ବିବାହ ପୂର୍ବରୁ ହନିମୁନ୍‌ କେଉଁଠାକୁ ଯିବେ ସେହି ସନ୍ଧାନରେ ବ୍ୟସ୍ତ ଅଛନ୍ତି। ଉଭୟ ଫିନଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ ବ୍ୟତୀତ ବ୍ରହ୍ମାସ ଯିବା ପାଇଁ ସ୍ଥିର କରିଛନ୍ତି। ସେହିଭଳି ଋଷି ଏବଂ ନିତୁ କପୁର ନିଜର କୃଷ୍ଣରାଜ ପ୍ରପର୍ଟିର ଏକ ଅଂଶକୁ ବହୁତ ଜଲଦି ତିଆରି କରିବା ପାଇଁ ଅର୍ଡର କରିଛନ୍ତି। କାଣଣ ରଣବୀର-ଆଲିୟାଙ୍କ ବିବାହ ପରେ ସେ ସେହି ସ୍ଥାନରେ ପ୍ରି-େଓ୍ଵଡିଂ ପୂଜା କରିବାକୁ ଚାହୁଁଛନ୍ତି। ସୂଚନା ମୁତାବକ ନିତୁଙ୍କର ଏହି ସ୍ଥାଦନ ସହ ଅନେକ ସ୍ମୃତି ଯୋଡି ହୋଇ ରହିଛି ଯେଉଁ କାରଣରୁ ସେ ଚାହୁଁଛନ୍ତି ବିବାହର ଶୁଭ କାର୍ଯ୍ୟ ମଧ୍ୟ ଏହି ଜାଗାରୁ ଆରମ୍ଭ ହେଉ।

ରିପୋର୍ଟ ଅନୁଯାୟୀ କିଛି ଦିନ ପୂର୍ବରୁ ଆଲିୟା-ରଣବୀରଙ୍କ ବିବାହର ଏକ କାର୍ଡ ଖୁବ୍‌ ଭାଇରାଲ ହୋଇଥିଲା କିନ୍ତୁ ତାହା ନକଲି ଥିଲା। କିନ୍ତୁ ଏବେ ଋଷି -ନିତୁଙ୍କ ପକ୍ଷରୁ ବିବାହାର ପ୍ରସସ୍ତୁତି ଏବଂ ରଣବୀର- ଆଲିୟା ହନିମୁନ୍‌ ପାଇଁ ଜାଗାର ସନ୍ଧାନ କରିବା ଏସବୁ ଉଭୟଙ୍କ ବିବାହ ବହୁତ ଜଲଦି ହେବାର ଖୁସି ଖବର ଶୁଣାଇବାର ଇଶାରା କରୁଛି। ଏନେଇ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।