Odia News Portal

ଜର୍ମାନୀ ଫିଲ୍ମର ରିମେକ୍‌ରେ ନଜର ଆସିବେ ତାପସୀ

ବଲିଉଡ ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ସଫଳତା ଏବେ ଆକାଶଛୁଆଁ। ଖୁବଶୀଘ୍ର ତାଙ୍କ ଅଭିନୀତ ଫିଲ୍ମ ‘ଥପ୍ପଡ ’ ରିଲିଜ ହେବାକୁ ଯାଉଛି। ଯାହାର ଟ୍ରେଲରକୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ଫିଲ୍ମକୁ ଫ୍ୟାନ ଚାହିଁବସିଥିବା ବେଳେ ତାପସୀଙ୍କର ଆଉ ଏକ ନୂଆ ଫିଲ୍ମର ନାଁକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫିଲ୍ମର ନାମ ରହିଛି ‘ଲୁପ୍‌ ଲପେଟା’।

ଏହା ଏକ କମେଡି- ଥ୍ରୀଲର ଫିଲ୍ମ। ଏହି ଫିଲ୍ମଟି ଜଣାଶୁଣା ଜର୍ମାନୀ ଫିଲ୍ମ ‘ରନ ଲୋଲା ରନ୍‌’ର ରିମେଟ। ଏହି ଫିଲ୍ମରେ ତାପସୀଙ୍କ ବିପକ୍ଷରେ ଅଭିନେତା ତାହିର ରାଜ ଭାସିନ ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମର ସୁଟିଂ ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ।ସୂଚନାଯୋଗ୍ୟ, ଗତବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ସାଣ୍ଡ କି ଆଖଁ’ ପାଇଁ ତାପସୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଫିମେଲ କ୍ରିଷ୍ଟିକ୍ସ ଚଏସ ଫିଲ୍ମ ଫେୟାର ଆଓ୍ଵାର୍ଡ ମଧ୍ୟ ମିଳିଛି।