Odia News Portal

ଏହି ବଲିଉଡ ଅଭିନେତ୍ରୀଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି । ଯାହାର ସୂଚନା ସେ ନିଜେ ଟ୍ୱିଟର ମାଧ୍ୟମରେ ଦେଇଛନ୍ତି । ତେବେ ହ୍ୟାକ୍ ହୋଇଥିବା ଫେସବୁକ୍ ଆକାଉଣ୍ଟ ଜବତ ହେବା ପରେ ମୁମ୍ବାଇ ପୋଲିସ ତାଙ୍କ ଟ୍ୱିଟର ଉତ୍ତର ଦେଇଛି । ଉର୍ବଶୀ ରାଉତେଲାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହେବା ପରେ କିଛି ଅଶ୍ଳୀଳ ପୋଷ୍ଟ ମଧ୍ୟ ସେୟାର କରାଯାଇଥିଲା, ଯାହା ବର୍ତ୍ତମାନ ହଟାଇ ଦିଆଯାଇଛି ।

ଉର୍ବଶୀ ରୌତେଲା ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଲେଖିଥିଲେ, ‘ମୋର ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି । ଦୟାକରି କୌଣସି ମେସେଜ କିମ୍ବା ପୋଷ୍ଟର ଉତ୍ତର ଦିଅନ୍ତୁ ନାହିଁ କାରଣ ଏହା ମୋ କିମ୍ବା ମୋ ଟିମଦ୍ୱାରା କରାଯାଇ ନାହିଁ।’ ଅଭିନେତ୍ରୀଙ୍କ ଏହି ଟ୍ୱିଟ ପରେ ମୁମ୍ବାଇ ପୋଲିସ ଏହାର ପ୍ରତିକ୍ରିୟା ଦେଇଛି । ମୁମ୍ବାଇ ପୋଲିସ ଲେଖିଛି, ‘ଆମେ ଆପଣଙ୍କ ଅଭିଯୋଗକୁ ସାଇବର ପୋଲିସକୁ ଫରୱାର୍ଡ଼ କରିଛୁ’।