Odia News Portal

ଏହି ଦୁହେଁ ଚର୍ଚ୍ଚିତ ହସ ପେଡ଼ି : ତୁଟିଲା ମତଭେଦ ! ଏବେ ସାଥି ହୋଇ ଲୋକଙ୍କୁ ହସେଇବେ

ନୂଆଦିଲ୍ଲୀ : କପିଲ୍‌ ଶର୍ମା ଓ ସୁନିଲ୍‌ ଗ୍ରୋଭର । ଦୁହେଁ ଚର୍ଚ୍ଚିତ ହସ ପେଡ଼ି । ଏହି ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରନ୍ତି । ସମସ୍ତେ ଏହା ଚାହାନ୍ତି କି ପୁଣି ଉଭୟ ସାଥିରେ ଆସି ସମସ୍ତଙ୍କ ହସେଇ ହସେଇ ବେଦମ କରିଦିଅନ୍ତୁ।

ଏବେ ‘ଦ କପିଲ୍ ଶର୍ମା ଶୋ’ ସହ ଜଡ଼ିତ ଖବର ସାମନାକୁ ଆସିଛି, ଯାହାକୁ ଜାଣିଲେ ଦର୍ଶକଙ୍କୁ ଚେହେରାରେ ଖୁସି ଖେଳିଯିବ। ଏଣ୍ଟରଟେନମେଣ୍ଟ ୱେବସାଇଟ୍‌ ‘ବଲିଉଡ୍‌ ଲାଇଫ୍‌’ରେ ପ୍ରକାଶ ପାଇଥିବା ଖବର ମୁତାବକ, କୁହାଯାଉଛି କି , କମେଡିୟନ ସୁନିଲ ଗ୍ରୋଭର ପୁଣି ଆଉଥରେ କପିଲ୍‌ ଶର୍ମାଙ୍କ ସହ କାମ କରିବାକୁ ରାଜି ହୋଇଛନ୍ତି ।  କୁହାଯାଉଛି କି , ଦୁହେଁ ନିଜ ଭିତରେ ହୋଇଥିବା ମଦଭେଦକୁ ଭୁଲି ପରସ୍ପର ଭିତରେ ମିଳାମିଶା କରିଛନ୍ତି।

କପିଳ ଶର୍ମା ଓ ସୁନିଲ୍ ଗ୍ରୋଭରଙ୍କର ଏହି ଖୁସି ଖବର ପରେ  ଅନୁମାନ କରାଯାଉଛି କି  ଲକ୍‌ଡାଉନ୍‌ ସରିବା ପରେ ଦୁହେଁ  ‘ଦ କପିଳ ଶର୍ମା  ଶୋ’ ରେ ପୁଣି ଦର୍ଶକଙ୍କୁ ହସାଇବାରେ ନଜର ଆସିବେ ।

ଉଲ୍ଲେଖନୀୟ ଯେ ,  ୨୦୧୭ରେ ଅଷ୍ଟ୍ରେଲିଆ ଟୁର୍‌ରେ ଏହି ଦୁଇ କଳାକାରଙ୍କ ମଧ୍ୟରେ  ଝଗଡ଼ା ହୋଇଥିଲା । ଏହାପରେ ଏହି କଥା ଏତେ ବଢ଼ିଗଲା ଯେ ସେବେ ଠାରୁ  ଦୁହେଁ ଆଉ ଏକାଠି କାମ କରିନଥିଲେ ।