Odia News Portal

ବଲିଉଡ ସଂଗୀତକାର ୱାଜିଦ ଖାନଙ୍କ ଦେହାନ୍ତ

ମୁମ୍ବାଇ : ବଲିଉଡର ଜଣାଶୁଣା ସଂଗୀତକାର ୱାଜିଦ ଖାନଙ୍କ ଦେହାନ୍ତ ହୋଇଛି।ରବିବାର ବିଳମ୍ବିତ ରାତିରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୱାଜିଦ୍ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର  ୪୨ ବର୍ଷ ବୟସ ହୋଇଥିଲା । ୱାଜିଦ ଗାୟକ ଭାବେ ସଲମାନ ଖାନଙ୍କ ପାଇଁ ‘ହମକା ପିନି ହେ’, ‘ମେରା ଜଲବା’ ସମେତ ଅନେକ ହିଟ ଗୀତ ଗାଇଥିଲେ।

ସୂଚନାନୁସାରେ, ଓ୍ୱାଜିଦ୍‌ ଖାନ୍‌ଙ୍କୁ କୀଡ୍‌ନୀ ରୋଗରେ ପୀଡିତ ଥିଲେ , ତାଙ୍କ ସ୍ୱାସ୍ଥ୍ୟବସ୍ଥା ବଗିଡିବାରୁ ତାଙ୍କୁ ମୁମ୍ବାଇ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁମ୍ବାଇର ଚିମ୍ବୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ଶେଷରେ ଗତକାଲି ବିଳମ୍ବିତ ରାତିରେ ଆଖୁବୁଜି ଦେଇଛନ୍ତି ଓ୍ୱାଜିଦ୍‌ ଖାନ୍‌ । ମାତ୍ର ୪୨ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । କିଛି ଦିନ ତଳେ ତାଙ୍କ କୀଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ନଥିଲା । ତେବେ ରବିବାର ଦିନ ମେଡିକାଲରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୂରା ବିଗିଡାବକୁ  ଲାଗିଥିଲା । ଡାକ୍ତରଙ୍କୁ ବହୁ ଉଦ୍ୟମ ପରେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ । କୀଡନୀ ରୋଗ ଯୋଗୁଁ ତାଙ୍କ ଇମ୍ୟୁନିଟି ଲେବଲ ବହୁତ କମ୍‌ ହୋଇଯାଇଥିଲା ତେବେ କରୋନା ଲକ୍ଷଣ ଥିବା ଯୋଗୁଁ ୱାଜିଦଙ୍କ ଅନ୍ତିମ ଯାତ୍ରାରେ ଅଳ୍ପ କିଛି ଲୋକ ହିଁ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି।

ୱାଜିଦଙ୍କ ନିଧନରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି। ଅନେକ ସଂଗୀତକାର ତଥା ଗାୟକ ୱାଜିଦଙ୍କ ନିଧନକୁ ବଲିଉଡ ପାଇଁ ଏକ ବଡ ଝଟକା ବୋଲି କହିଛନ୍ତି।