Odia News Portal

ଟିକଟକ୍ ରେ ବେଲି ଡ୍ୟାନ୍ସ ପୋଷ୍ଟ କରି ୩ ବର୍ଷ ଜେଲ୍

ନୂଆଦିଲ୍ଲୀ : ଇଜିପ୍ଟର ଏକ ହାଇ-ପ୍ରୋଫାଇଲ ବେଲି ଡ୍ୟାନ୍ସର ସାମା ଏଲ-ମେସିକୁ ସୋସିଆଲ ମିଡିଆରେ ଅନୈତିକ ଓ ଉତ୍ତେଜିତ ଭିଡିଓ ପୋଷ୍ଟ କରିବା ଭାରି ପଡିଲା। କାହିରାର କୋର୍ଟ ତାଙ୍କ ଉପରେ ଲୋକମାନେ ର୍ଦୁବ୍ୟବହାର ଓ ଅନୈତିକତାକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ୩ ବର୍ଷ ଜେଲଦଣ୍ଡ ଓ ୩୦ ହଜାର ପାଉଣ୍ଡ(ପ୍ରାୟ ୧୪ ଲକ୍ଷ ଟଙ୍କା)ର ଜରିମନା ଲାଗିଛି।

ଅଲ୍-ମେସିକୁ ଅପ୍ରେଲରେ ସୋସିଆଲ ମିଡିଆରେ ଭିଡିଓ ଓ ଫଟୋର ଯାଞ୍ଚ ବେଳେ ଗିରଫ କରାଯାଇଛି। ସେ ନିଜର ଭିଡିଓ ଲୋକପ୍ରିୟ ଭିଡିଓ ଶେୟରିଂ ପ୍ଲାଟଫର୍ମ ଟିକଟକରେ ସେୟାର କରିଥିଲେ, ଯାହାଦ୍ବାରା ସାର୍ବଜନିକ ରୂପରେ ଳୋକଙ୍କ ଉତ୍ତେଜନା ବଢାଇବାର ଅଭିଯୋଗ ହୋଇଥିଲା।

ସେଭଳି ୪୨ ବର୍ଷୀୟ ବେଲି ଡ୍ୟାନ୍ସର ଏହି ଅଭିଯୋଗକୁ ଅସ୍ବୀକାର କରି ନିଜକୁ ନିର୍ଦୋଷ ବୋଲି କହିଛନ୍ତି। ସେ କହିଛନ୍ତି, ଫୋନରୁ କେହି ସେହି ଭିଡିଓ ଚୋରି କରିନେଇଯାଇଥିଲା ଓ ତାଙ୍କର ଅଜାଣତରେ ସେୟାର କରିଦେଇଛି। କାହିରାର କୋର୍ଟ ଶନିବାର ରାୟ ଶୁଣାଣି ତାଙ୍କୁ ୩ବର୍ଷ ଜେଲଦଣ୍ଡ ଓ ୧୪ ଲକ୍ଷ ଟଙ୍କାର ଜରିମନା ଲଗାଇଛନ୍ତି।