Odia News Portal

ଓଲିଉଡର ଚୁଲବୁଲି ନାୟିକା ଗାର୍ଗୀ ବାଛିଲେ ଜୀବନସାଥୀ

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ନିଜ ପ୍ରିୟତମର ହାତ ଧରିଲେ ଓଲିଉଡର ଚୁଲବୁଲି ନାୟିକା ଗାର୍ଗୀ ମାହାନ୍ତି।  ନିଜର ବନ୍ଧୁ ରବିନ୍ଦ୍ରଙ୍କୁ ନିଜ ଜୀବନ ସାଥୀ ରୂପେ ବାଛିନେଇଛନ୍ତି। ଲକଡାଉନରେ ଦୁଇ ପରିବାରଙ୍କ ସମ୍ମତି କ୍ରମେ ଏହି ବିବାହା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅନେକ ଦିନରୁ ଗାର୍ଗୀଙ୍କ ଫ୍ୟାନମାନେ ଯେଉଁ ଜୀବନ ସାଥୀକୁ  ଦେଖିବାକୁ ଚାହୁଁଥିଲେ ଆଜି ତାଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ଗାର୍ଗୀ।

ଗାର୍ଗୀ ଅନେକ ଟିଭି ଧାରାବାହିକ ତଥା ଓଡିଆ ଚଳଚିତ୍ରରେ ଅଭିନୟ କରି ବହୁ ଖ୍ୟାତି ଅର୍ଜନ କରିଛନ୍ତି। ଅନେକ ଡକମେଣ୍ଟାରୀରେ ମଧ୍ୟ ଅଭିନୟ କରି ପୁରସ୍କତ ହୋଇଛନ୍ତି। ନିକଟରେ  କାଦମ୍ବିନୀ ମିଡିଆ ବ୍ୟାନରରେ ହିମାଂଶୁ ଖଟୁଆ ନିର୍ଦ୍ଦେଶିତ ଚଳଚିତ୍ର କ୍ରାନ୍ତିଧାରାରେ ମଧ୍ୟ ଗାର୍ଗୀ ଅଭିନୟ କରିଥିଲେ।

ପରେ ଏହି ସିନେମାଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ଗାର୍ଗୀଙ୍କ ବୈବାହିକ ଜୀବନ ଖୁସିମୟ ହେଉ ଓ ଭଗବାନ ତାଙ୍କ ଜୀବନରେ ଉତ୍ତରୋତ୍ତର ଉନ୍ନତି କରନ୍ତୁ ବୋଲି କାଦମ୍ବିନ ମିଡିଆ ଓ ହିମାଂଶୁ ଖଟୁଆଙ୍କ ତରଫରୁ ଶୁଭେଚ୍ଛା ଜଣାଯାଇଛି।