Odia News Portal

‘KGF‌-2’ରେ ସଞ୍ଜୟଙ୍କ ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ : ବଲିଉଡ୍‌ ସୁପରଷ୍ଟାର ସଞ୍ଜୟ ଦତ୍ତ ବୁଧବାର ୬୧ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘କେଜିଏଫ୍‌-୨’ର ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍‌ ଫିଲ୍ମରେ ସଞ୍ଜୟଙ୍କ ଚରିତ୍ର ‘ଅଧିରା’ର ଫାଷ୍ଟ ଲୁକ୍‌ ପୋଷ୍ଟରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସଞ୍ଜୟ ତାକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ଏହି ଫିଲ୍ମରେ କାମ କରି ମୋତେ ଖୁବ୍‌ ଖୁସି ଲାଗୁଛି । ମୋ ଜନ୍ମଦିନରେ ଏହାଠାରୁ ବଡ଼ ଉପହାର କିଛି ନାହିଁ । ପ୍ରଶାନ୍ତଙ୍କ ସମେତ କେଜିଏଫ୍‌ ଟିମ୍‌କୁ ଧନ୍ୟବାଦ ।’ ସେହିପରି ସର୍ବଦା ଭଲ ପାଇବା ଦେଉଥିବା ଯୋଗୁ ସେ ପ୍ରଶଂସକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଫାଷ୍ଟ ଲୁକ୍‌ ପୋଷ୍ଟରରେ ସଞ୍ଜୟଙ୍କୁ କେଶରେ ବେଣୀ କରିଥିବାର ଦେଖାଯାଉଛି। ମୁହଁରେ ସେ ଟାଟୁ କରାଇଥିବାବେଳେ ହାତରେ ଏକ ଖଣ୍ଡା ଧରିଛନ୍ତି। କାନରେ ନୋଳି ପିନ୍ଧିଛନ୍ତି। ଏକ ଓଜନିଆ ମେଟାଲିକ୍‌ ଜ୍ୟାକେଟ୍‌ ପିନ୍ଧିବା ସହ ଦାଢ଼ି ବଢାଇଥିବାର ଦେଖିବାକୁ ମିଳୁଛି । ଏହି ଫିଲ୍ମ ଜରିଆରେ ସଞ୍ଜୟ କନ୍ନଡ଼ ଫିଲ୍ମ ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିରେ ତାଙ୍କ ସହ ଅଭିନେତା ୟଶଙ୍କୁ ଦେଖିବାକୁ ମିଳିବ । ୟଶ ଲିଡ୍‌ ରୋଲ୍‌ ନିର୍ବାହ କରିବେ। ଶ୍ରୀନିଧି ସେଟ୍ଟୀ ଫିମେଲ୍‌ ଲିଡ୍‌ରେ ଅଛନ୍ତି । ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଫିଲ୍ମର ଅଳ୍ପ କିଛି ଭାଗ ସୁଟିଂ ବାକି ଅଛି।