Odia News Portal

ରିଚା ଭଦ୍ରା କରୋନା ପଜିଟିଭ

ମୁମ୍ବାଇ : ଲୋକପ୍ରିୟ ଧାରାବାହିକ ‘ଖିଚ୍‌ଡି’ର ଅଭିନେତ୍ରୀ ରିଚା ଭଦ୍ରା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି ।

ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ରିଚା ଲେଖିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୋ ଶରୀରରେ ସାମାନ୍ୟ କରୋନା ଲକ୍ଷଣ ଦେଖାଯାଉଛି । ଏଣୁ ମୁଁ ହୋମ୍‌ କ୍ୱାରେଣ୍ଟାଇନରେ ରହିଛି । ମୋ ସଂସ୍ପର୍ଶରେ ଆସିଥିବା ସମସ୍ତେ ନିଜର କରୋନା ପରୀକ୍ଷଣ କରାଇ କ୍ୱାରେଣ୍ଟାଇନରେ ରୁହନ୍ତୁ ।

ସମସ୍ତେ ନିଜ ନିଜର ଯତ୍ନ ନେବାକୁ ରିଚା ଅପିଲ କରିଛନ୍ତି । କରୋନା ଯୋଗୁ ସେ ନିଜର ଘ୍ରାଣ ଶକ୍ତି ସମ୍ପୂର୍ଣ୍ଣ ରୂପେ ହରାଇଥିବା ନିଜ ଫ୍ୟାନମାନଙ୍କୁ ଜଣାଇଛନ୍ତି । ଏପରି କି ସେ କୌଣସି ଖାଦ୍ୟ କିମ୍ବା ପରଫ୍ୟୁମର ବାସ୍ନା ଜାଣି ପାରୁ ନଥିବା କହିଛନ୍ତି । ରିଚା ଖିଚ୍‌ଡି ଧାରାବାହିକ ବ୍ୟତୀତ କେତେର ୱେବ ସିରିଜରେ ମଧ୍ୟ ନଜର ଆସିଛନ୍ତି ।