Odia News Portal

ନିୟା ଶର୍ମା ଜିତିଲେ ‘ଖତରୋଁ କେ ଖିଲାଡି – ମେଡ୍‌ ଇନ ଇଣ୍ଡିଆ’, ଟ୍ରଫି

ମୁମ୍ବାଇ : ନାଗିନ୍‌-୪ର ଅଭିନେତ୍ରୀ ନିୟା ଶର୍ମା ‘ଖତରୋଁ କେ ଖିଲାଡି : ମେଡ ଇନ ଇଣ୍ଡିଆ’ ସୋ’ ଜିତିଛନ୍ତି। ନିୟା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଖତରୋଁ କେ ଖିଲାଡି ଟ୍ରଫି ନିଜ ନାଁ କରିଛନ୍ତି। ସୋସିଆଲ ମିଡ଼ିଆରେ ନିୟାଙ୍କୁ ଫ୍ୟାନ୍ସ ଏବଂ ସେଲିବ୍ରିଟିମାନେ ଅଭିନନ୍ଦନ ଜଣାଇଛନ୍ତି।

‘ଖତରୋଁ କେ ଖିଲାଡି ୧୦ ରେ କରିଶ୍ମା ତନ୍ନା ଜିତିଥିଲେ। ଏବେ ପୁଣି ଥରେ ଷ୍ଟଣ୍ଟ୍ ବେସ୍ଡ ସୋରେ ଗର୍ଲ ପାଓ୍ବାର ଦେଖିବାକୁ ମିଳିଛି। ରବିବାର ଖତରୋଁ କେ ଖିଲାଡି : ମେଡ୍ ଇନ୍‌ ଇଣ୍ଡିଆର ଫାଇନାଲ୍‌ ହୋଇଥିଲା।

ନିୟା ଟ୍ରଫି ସହିତ ଫଟୋ ସେୟାର କରି ଲେଖିଛନ୍ତି-  ‘ଖତରୋଁ କେ ଖିଲାଡି : ମେଡ ଇନ ଇଣ୍ଡିଆ’ ଜିତି ଯାଇଛି। ଧନ୍ୟବାଦ କଲର୍ସ ଟିଭି ଏହିଭଳି ସୁନ୍ଦର ଅବସର ପାଇଁ। ରୋହିତ ସେଟ୍ଟୀ ତୁମେ Bawseeeeeee । ଫଟୋରେ ନିୟା ଶର୍ମା ହୋଷ୍ଟ ରୋହିତ ସେଟ୍ଟୀ ଓ ପୂରା କାଷ୍ଟ କ୍ରୁ ଏବଂ ପ୍ରତିଯୋଗୀଙ୍କ ସହିତ ନଜର ଆସୁଛନ୍ତି।

ଏବେ ନିୟା ଶର୍ମା ବିଗ୍‌ ବସ୍‌-୧୪ରେ ଆସିବେ ବୋଲି ଶୁଣିବାକୁ ମିଳୁଛି। କିନ୍ତୁ ଏବେ ସୁଦ୍ଧା ଅଭିନେତ୍ରୀ ନିୟାଙ୍କ ତରଫରୁ କୌଣସି ଉତ୍ତର ମିଳିନାହିଁ। କିନ୍ତୁ ଅଭିନେତ୍ରୀଙ୍କ ଫ୍ୟାନ୍ସ ତାଙ୍କୁ ସଲମାନଙ୍କ ସୋରେ ଦେଖିବାକୁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି।