Odia News Portal

‘ବିଗ୍ ବସ୍ ୧୪’ରେ ଏଣ୍ଟ୍ରି କରିବେ କି ଏହି ଭୋଜପୁରୀ ଅଭିନେତ୍ରୀ ?

ନୂଆଦିଲ୍ଲୀ : ବଲିଉଡ ସୁପରଷ୍ଟାର ସଲମାନ୍ ଖାନଙ୍କ ରିୟଲିଟି ଶୋ ‘ବିଗ୍ ବସ୍ ୧୪’କୁ ଫ୍ୟାନସ୍ ଅନେକ ସମୟ ଧରି ଅପେକ୍ଷା କରି ରହିଛନ୍ତି । ଗତ ସିଜନର ପପୁଲାରିଟିକୁ ଦେଖି ଏହା ଅନୁମାନ କରିହେଉଛି ଯେ ଏଥିପାଇଁ ଲୋକେ କେତେ ଦିୱାନା । ଶୋର ଟିଜର ନିକଟରେ ଜାରି ହୋଇଥିଲା । ଏହାକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିଛନ୍ତି । ବିଗ୍ ବସର ପ୍ରମୋ ସୁଟିଂ ପାଇଁ କିଛି ଦିନ ପୂର୍ବରୁ ସଲମାନ୍ ଖାନ୍ ପନୱେଲରୁ ମୁମ୍ବାଇ ଯାଇଥିଲେ । ଏହି ସମୟରେ ସେ ମହବୁବ ଷ୍ଟୁଡିଓରୁ ବାହାରୁଥିବା ନଜର ଆସିଥିଲେ । ଏବେ ସଲମାନ୍ ଖାନଙ୍କ ଏହି ଶୋକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସୁଛି ।

ବଲିଉଡଲାଇଫ ଡଟ୍ କମରେ ପ୍ରକାଶିତ ଏକ ଖବର ଅନୁସାରେ ଚଳିତ ଥର ଶୋର ୧୪ ତମ ସିଜନରେ ଭୋଜପୁରୀର ଜଣେ ଫେମସ ଅଭିନେତ୍ରୀ ଆମ୍ରପାଲୀ ଦୁବେଙ୍କ ଏଣ୍ଟ୍ରି ହେବାର ଅଛି । ଏହା ପୂର୍ବରୁ ଶୋରେ ଭୋଜପୁରୀ ଅଭିନେତ୍ରୀ ମୋନାଲିସା ମଧ୍ୟ ନଜର ଆସିସାରିଛନ୍ତି । କହିରଖୁଛୁ ମୋନାଲିସା ବିଗ୍ ବସ୍‌ ୧୦ରେ ନଜର ଆସିଥିଲେ ଏବଂ ବହୁତ ପପୁଲାର୍ ମଧ୍ୟ ହୋଇଥିଲେ । ବୋଧହୁଏ ଏଥିପାଇଁ ମେକର୍ସ ଚାହୁଛନ୍ତି କି ବିଗ୍ ବସ୍ ୧୪ରେ ଆମ୍ରପାଲୀ ଦୁବେ ଶୋରେ ଯୋଡି ହୁଅନ୍ତୁ ।

ମେକର୍ସ ଏହା ଭଲ ଭାବେ ଜାଣିଛନ୍ତି ଯେ ଆମ୍ରପାଲୀ ଦୁବେଙ୍କ ୟୁପି ବିହାରରେ ଜବରଦସ୍ତ ଫ୍ୟାନ୍ ଫଲୋଇଂ ଅଛି । ତେବେ ଏପର୍ଯ୍ୟନ୍ତ ଆମ୍ରପାଲୀ ଦୁବେ ଏହି ମାମଲାରେ କୌଣସି ଅଫିସିଆଲ୍ ବୟାନ ଦେଇନାହାଁନ୍ତି, କିନ୍ତୁ କୁହାଯାଉଛି ଭୋଜପୁରୀ କଳାକାର ବିଗ୍ ବସ୍ ୧୪କୁ ମନା କରିବେନି ।