Odia News Portal

ଖୁବ୍‍ଶୀଘ୍ର ପରଦାରେ ଏକାଠି ହେବେ ଈଶାନ-ଅନନ୍ୟା

ମୁମ୍ବଇ : ବଲିଉଡ଼ର ଯୁବ କଳାକାର ଈଶାନ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କୁ ଖୁବ୍‍ଶୀଘ୍ର ପରଦାରେ ଏକାଠି ଦେଖିବାକୁ ମିଳିବ। ମକବୁଲ ଖାନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ର ‘ଖାଲି ପିଲି’ରେ ପ୍ରଥମ ଥର ପାଇଁ ଦୁହେଁ ଏକାଠି ନଜର ଆସିବେ।

ଚଳଚ୍ଚିତ୍ରରେ ଈଶାନ ଓ ଅନନ୍ୟାଙ୍କ ପ୍ରଥମ ଲୁକ୍‍ ମଧ୍ୟ ବୁଧବାର ସାମ୍ନାକୁ ଆସିଛି। ଏହାର ଶୁଟିଂ ୧୧ ସେପ୍ଟେମ୍ବରରୁ ଆରମ୍ଭ ହେବ। ‘ଖାଲି ପିଲି’ ଆସନ୍ତା ବର୍ଷ ୧୨ ଜୁନ୍‌ରେ ମୁକ୍ତିଲାଭ କରିବ।