Odia News Portal

କ୍ଷୀରରେ ଗାଧୋଇ ଦେଲେ ପ୍ରଶଂସକ

ହାଇଦ୍ରାବାଦ : ଏବେ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିଛି ସାଉଥ୍‌ ଷ୍ଟାର ପ୍ରଭାସଙ୍କ ଅଭିନୟ। ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହୋଇଛି ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସାହୋ’। ଆଉ ଏହା ରିଲିଜ୍‌ ହେବା ପରେ ହାଇଦ୍ରାବାଦରେ କେତେଜଣ ଯୁବକ ତାଙ୍କର ଏକ କଟ୍‌ ଆଉଟ୍‌କୁ କ୍ଷୀରରେ ଗାଧୋଇ ଦେବା ସହ ସେଥିରେ ଫୁଲମାଳ ପକାଇ ସଜାଇଛନ୍ତି। ଦକ୍ଷିଣ ଭାରତରେ ପ୍ରଭାସଙ୍କର କ୍ରେଜ୍‌ ଥିବାରୁ ବାହୁବଳୀ ଫେମ୍‌ ପ୍ରଭାସ ଏଥର ମଧ୍ୟ ‘ସାହୋ’ରେ ଦର୍ଶକଙ୍କ ନିକଟତର ହେବେ ବୋଲି ଆଶା କରାଯାଉଛି। ଶ୍ରଦ୍ଧା କପୁର ଓ ପ୍ରଭାସଙ୍କ ଅଭିନୀତ ଏହି ଫିଲ୍ମ ପାଖାପାଖି ୧୦ ହଜାର ସ୍କ୍ରିନରେ ରିଲିଜ୍‌ କରାଯାଇଛି। ସେଥିମଧ୍ୟରୁ ତେଲଗୁ ଭାଷାଭାଷୀ କ୍ଷେତ୍ରରେ ପ୍ରାୟ ୨୫୦୦ ସ୍କ୍ରିନରେ ଏହା ରିଲିଜ୍‌ ହୋଇଥିବା କୁହାଯାଉଛି। ତେବେ ଫିଲ୍ମଟି ରିଲିଜ୍‌ ହେବା ପୂର୍ବରୁ ଶ୍ରଦ୍ଧା ଓ ପ୍ରଭାସ ଏହାର ଅନେକ ପ୍ରମୋଶନ କରିଛନ୍ତି। ଏମିତିକି କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ’ରେ ମଧ୍ୟ ଏମାନେ ଫିଲ୍ମର ପ୍ରମୋଶନ କରିବା ଦେଖିବାକୁ ମିଳିଥିଲା।