Odia News Portal

ନଳିନୀ ନେଗାଙ୍କ ଅବସ୍ଥା ଏବେ ଶୋଚନୀୟ

ମୁମ୍ବାଇ : ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ନଳିନୀ ନେଗାଙ୍କ ଅବସ୍ଥା ଏବେ ଶୋଚନୀୟ । ନାମକରଣ ଓ ​‌ଲୌଟ ଆଓ  ତୃଷା ଭଳି ହିନ୍ଦୀ ଧାରାବାହିକରେ ସେ ଅଭିନୟ କରିଥିବା ଏହି ନାୟିକାଙ୍କୁ ରୁମ ମେଟ୍ ଓ ତାଙ୍କ ମା ମିସି ନିର୍ଦ୍ଧୁମ ପିଟିଛନ୍ତି।  ସୁନ୍ଦର ଚେହେରା ହିଁ ଅଭିନେତ୍ରୀଙ୍କ ପାଇଁ ସବୁ କିଛି। ଏଥିପାଇଁ  ଅଭିନେତ୍ରୀମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ମାରପିଟ ପରେ ନଳିନୀଙ୍କ ଚେହେରା ଏବେ ସମ୍ପୂର୍ଣ୍ଣ ବିଗିଡି ଯାଇଛି। ଏହି ଘଟଣାକୁ ନେଇ ନଳିନୀ ଉଭୟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ନଳିନୀ କହିଛନ୍ତି ଯେ, ମାଆ ଓ ଝିଅ ଉଭୟ ମିଶି ତାଙ୍କୁ କାଚରେ ବାଡେଇ ଥିଲେ।ସେମାନଙ୍କ କବଳରୁ ନିଜକୁ  ରକ୍ଷା  କରିବାକୁ ଚେଷ୍ଟା କରିବା ବେଳେ ନଳିନୀ  ତଳକୁ ଖସି ପଡିଥିଲେ।ସେ ତଳେ ପଡିଯିବାରୁ ସେମାନେ ତାଙ୍କୁ ଆହୁରି ପିଟି ଥିଲେ।

ସେମାନେ ଜାଣିଶୁଣି ତାଙ୍କ ଚେହେରାକୁ ନଷ୍ଟ କରିବା ପାଇଁ ଏପରି କରିଥିବା କଥା ନଳିନୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରୀତି ରାଣା ଓ ନଳିନୀ ଉଭୟ କିଛି ବର୍ଷ ହେବ ଏକାଠି ରହୁଛନ୍ତି ।ନଳିନୀ ଘର ବଦଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିଲାଗି ସେ ଓଶିଓ୍ବାରାରେ ଏକ ଟୁବିଏଚକେ  ଘର ମଧ୍ୟ କିଣିଛନ୍ତି। ଏଣୁ ସେ  ଭଡାଘର ଛାଡିବା ଲାଗି ନିଷ୍ପତ୍ତି ନେଇଥିଲେ।ହେଲେ ରୁମ ନଛାଡିବା ପାଇଁ ନଳିନୀଙ୍କୁ ଅନୁରୋଧ କରିଥିଲେ ପ୍ରୀତି । ନଳିନୀ କିଣିଥିବା ନୂଆ ଘରେ ତାଙ୍କ ସହ ରହିବାକୁ ମଧ୍ୟ ପ୍ରୀତି କହିଥିଲେ।କିନ୍ତୁ ନଳିନୀ କହିଥିଲେ ଯେ, ତାଙ୍କ ବାପା-ମାଆଙ୍କ ରହିବା ପାଇଁ ସେ ଘର କିଣିଛନ୍ତି ତେଣୁ କାହାକୁ ରଖି ପାରିବେ ନାହିଁ ।

କିଛି ଦିନ ପରେ ନଳିନୀଙ୍କ ଛୋଟ ଭଉଣୀ ଦିଲ୍ଲୀ ଚାଲି ଯିବାରୁ ତାଙ୍କ ସାଙ୍ଗ ପ୍ରୀତିଙ୍କୁ ରହିବା ପାଇଁ ଡାକିଥିଲେ। ପ୍ରୀତି ମଧ୍ୟ ଆସି ପୁଣି ନଳିନୀଙ୍କ ସାଙ୍ଗରେ ଏକାଠି ରହିଥିଲେ। ନଳିନୀଙ୍କ  କହିବା ମୁତାବକ, ତାଙ୍କ ବାପା-ମାଆ ଆସିବା ପରେ ରୁମ ଛାଡିବାକୁ ପଡିବ  ବୋଲି ସେ ତାଙ୍କ ରୁମମେଟଙ୍କୁ  ଜଣାଇଥିଲେ।ତେବେ କିଛି ସପ୍ତାହ ପରେ ପ୍ରୀତି ନିଜ ମାଆଙ୍କୁ ପାଖକୁ ନେଇ ଆସିଥିଲା। ପୂର୍ବରୁ ପ୍ରୀତି ଓ ତାଙ୍କ ମାଆ ତାଙ୍କ ଉପରେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ତିଆରି କରିଥିଲେ ବୋଲି ନଳିନୀ କହିଛନ୍ତି। ତେଣୁ ମୁଁ ଯିବା ସମୟରେ ପ୍ରୀତିର ମାଆ ତାଙ୍କୁ ଅଶ୍ଳୀଳ କମେଣ୍ଟ ମାରିଥିଲେ । ନଳିନୀ ବିରୋଧ  କରିବାରୁ ରୁମମେଣ୍ଟ ଓ ତାଙ୍କ ମାଆ ମିଶି କାଚ​‌ରେ ତାଙ୍କୁ ବାଡ଼େଇ ତାଙ୍କ ମୁହଁରେ ପଟା ପଟା ଦାଗ ବସାଇ ଦେଇଥିଲେ।