Odia News Portal

ପ୍ରଥମ ଥର ଭୁବନେଶ୍ୱର ଆସିବେ ଏହି ଅଭିନେତ୍ରୀ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨ତାରିଖରେ ଭୁବନେଶ୍ୱର ଆସିବେ ବଲିଉଡ ଅଭିନେତ୍ରୀ ସୋନମ ଆହୁଜା କପୁର । ଏଥିପାଇଁ ସେ ନିଜେ ଏକ ଭିଡ଼ିଓ ଜାରି କରି ଏ ସମ୍ପର୍କରେ ସୂଚନା ଦେବା ସହ ଓଡ଼ିଶା ଆସିବା ନେଇ ବହୁତ ଉତ୍ସାହିତ ହୋଇପଡ଼ିଛନ୍ତି ।

ଶୁଣିବାକୁ ମିଳିଛି ଏକ ଗହଣା ଦୋକାନର ସ୍ୱତନ୍ତ୍ର ଷ୍ଟଲ୍‌ ଉଦ୍‌ଘାଟନ ଲାଗି ଓଡ଼ିଶା ଆସୁଛନ୍ତି । ପୂର୍ବରୁ ସେ କେବେ ଓଡ଼ିଶା ଆସିନଥିବାବେଳେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ହେବ । ବଲିଉଡରେ ଅନେକ ସିନେମା କରି ସମସ୍ତଙ୍କ ପସନ୍ଦର ନାୟିକା ହୋଇପାରିଥିବା ଏ ଅଭିନେତ୍ରୀଙ୍କୁ ଦେଖିବା ଏବଂ ସ୍ୱାଗତ କରିବା ପାଇଁ ଭୁବନେଶ୍ୱରବାସୀ ଚାହିଁ ରହିଛନ୍ତି ।