Odia News Portal

ଆମେରିକାରେ ରିଲିଜ୍‌ ହେବ ଏହି ସିନେମା

କଟକ : ଓଡ଼ିଆ ସିନେମା ‘ଛବିରାଣୀ’କୁ ନେଇ ଏବେ ଜବର୍‌ଦସ୍ତ ଚର୍ଚ୍ଚା ଲାଗି ରହିଛି । ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମ ପୁଣିି ଥରେ ୩୯ ବର୍ଷର ଲୋକ ଟାଙ୍କୁରା କାହାଣୀକୁ ମନେ ପକାଇ ଦେବ । ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକଙ୍କ କାହାଣୀକୁ ନେଇ ଏହି ବ୍ୟବସାୟିକ ବାୟୋପିକ୍‌ ଚଳଚିତ୍ର ନିର୍ମାଣ କରାଯାଇଛି ।

ଏହାର ପ୍ରଯୋଜନା କରିଛନ୍ତି ବୁଦ୍ଧଦେବ ସାହୁ, ମନୋରମା ମହାପାତ୍ର ଏବଂ ବୀରେନ ମହାପାତ୍ର । ସହ ପ୍ରଯୋଜନା କରିଛନ୍ତି ବିଜୟ ବାରିକ । ଏହାର ସଂଳାପ ରଚନା କରିଛନ୍ତି ଡ. ଶଙ୍କର ତ୍ରିପାଠୀ ଓ ହୃଦାନନ୍ଦ ସାହୁ । ଏହି ସିନେମାରେ ନାୟକ ଭାବେ ଅମନ୍‌ ପରାସର୍‌ ଅଭିନୟ କରିଛନ୍ତି । ସେହିପରି ଛବିରାଣୀ ଚରିତ୍ରରେ ଚନ୍ଦ୍ରାଣୀ ଦାସଙ୍କ ବଳିଷ୍ଟ ଅଭିନୟ ମଧ୍ୟ ଏହି ସିନେମାରେ ଦେଖିବାକୁ ମିଳିବ ।

ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀଙ୍କ ଅଭିନୟକୁ ଦର୍ଶକ ତାରିଫ ନକରି ରହିପାରିବେ ନାହିଁ । ଏଥିରେ ଖଳନାୟକ ଭାବେ ମିହିର ଦାସ, ମଧୁ ମହାନ୍ତି, ରାଜୁ ଦୋରା, ବାବୁ ପ୍ରଧାନ, ମିଟୁ ମିଥୁନ, ସନ୍ଦୀପ ପାଣି, ମୁନା ମୋଦି, ଆଶିଷ ନାୟକ ପ୍ରମୁଖ ଅଭିନୟ କରିଛନ୍ତି । ଏହାର କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନାରେ ଅଛନ୍ତି ବବି ଇସଲାମ୍‌ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ ।

ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ ଏବଂ ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ । ସବୁ ଦର୍ଶକ ଏହାର ଶୁଭମୁକ୍ତିକୁ ଅପେକ୍ଷା କରିଛନ୍ତି ।