Odia News Portal

ବିଦ୍ୟା ବାଲନଙ୍କ ନୂଆ ଗାଡ଼ି : ଭାଇରାଲ ହେଲା ଫଟୋ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ଏବେ ପରଦାରେ କମ ଦେଖାଯାଉଛନ୍ତି କାରଣ ସେ ତାଙ୍କ ତେଲୁଗୁ ପ୍ରୋଯେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି। ଦର୍ଶକଙ୍କ ମଧ୍ୟରେ ସେ ତାଙ୍କ ବୋଲ୍ଡ ଚରିତ୍ର ପାଇଁ ଚର୍ଚ୍ଚିତ। ଡ଼ାର୍ଟି ପିକ୍ଚରରୁ ଫେମସ ହୋଇଥିବା ବିଦ୍ୟା ବାଲନ ଆଜି ଯାଏଁ ନିଜ ହଟ୍‌ ଓ ସେକ୍ସି ଅନ୍ଦାଜ ପାଇଁ ପରିଚିତ। ୧୯୭୯ ମସିହା ଜାନୁଆରୀ ୧ ତାରିଖରେ ଏହି ଅଭିନେତ୍ରୀଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା। ବିଦ୍ୟାଙ୍କ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ବଲିଉଡରେ କ୍ୟାରିଅର ତିଆରି କରିବା ପୂର୍ବରୁ ସେ ବେଙ୍ଗଲି ଫିଲ୍ମରେ ଡେବ୍ୟୁ କରିସାରିଥିଲେ।

ବଲିଉଡରେ ପ୍ରଥମେ ସେ ହିଟ୍‌ ହୋଇନଥିଲେ କିନ୍ତୁ ଧିରେ ଧିରେ ତାଙ୍କ ଜଲୱା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ତାଙ୍କର ଭିନ୍ନ ଅଭିନୟ ଓ ସ୍ବତନ୍ତ୍ର ବ୍ୟକ୍ତିତ୍ବ ଅତୁଳନୀୟ। ଗୋଟେ ସମୟରେ ନିଜ ବୋଲ୍‌ଡନେସକୁ ପରଦାରେ ଦେଖାଇ ଓ ଭଲ ଅଭିନୟ କରି ସମସ୍ତଙ୍କୁ ପଛରେ ପକାଇ ଅପୂର୍ବ ସଫଳତା ହାସଲ କରିଥିଲେ ବିଦ୍ୟା। ଏବେ କିଛି ଦିନ ତଳେ ଅଭିନେତ୍ରୀ ବିଦ୍ୟା ମର୍ସିଡିଜ ବେଞ୍ଜ ଇ କ୍ଲାସ କିଣିଛନ୍ତି। ତାଙ୍କ ପରିବାରରେ ପ୍ରଥମରୁ ମର୍ସିଡିଜର କାର ଅଛି ତଥାପି ସେ ଏହି ଗାଡି କିଣିବା ପସନ୍ଦ କରିଥିଲେ। ଭାରତରେ ମର୍ସିଡିଜ ବେଞ୍ଜର ଇ ଏକ୍‌ସ-ସୋରୁମ ୫୯.୧୨ଲକ୍ଷ ଟଙ୍କାରୁ ଆରମ୍ଭ। ଅପରପକ୍ଷରେ ଟପ୍‌ ଭ୍ୟାରିଏଣ୍ଟର ମୂଲ୍ୟ ୭୩.୨୧ ଲକ୍ଷ ଟଙ୍କା। ବିଦ୍ୟା କାର କିଣିଲା ପରେ ନିଜ ମା ବାପାଙ୍କ ସହ ଫଟୋ ସେୟାର କରିଛନ୍ତି। ଏହି କାରରେ ୨ ଲିଟର ପେଟ୍ରୋଲ ଇଂଜିନ୍‌ ସହ ୨ ସିଟରର ଡିଜେଲ ଇଂଜିନ୍‌ ଓ ୩.୦ ଲିଟରର ଡିଜେଲ ଇଂଜନ ଅଛି। E୩୫୦ଡି ମଡେଲ୍‌ରେ ଟର୍ବୋ ଡିଜେଲ୍‌ ଇଂଜିନ ଥାଏ ଯାହା ୨୫୦ ବିଏଚ୍‌ପିର ପାୱାର ଓ ୬୨୦ଏନ୍‌ଏମ୍‌ର ଟର୍କ ଦିଏ। ୨.୦ ଲିଟରର ପେଟ୍ରୋଲ ଇଂଜିନ ୨୩୮ ବିଏଚ୍‌ପିର ପାୱାର ଓ ୩୦୦ଏନ୍‌ଏମ୍‌ର ଟର୍କ ଦିଏ ।