Odia News Portal

୨୦୦ କୋଟିରେ ‘ଗୁଡନ୍ୟୁଜ’

ଭୁବନେଶ୍ୱର() ଅକ୍ଷୟ କୁମାର ଓ କରୀନା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗୁଡନ୍ୟୁଜ’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଚଳଚ୍ଚିତ୍ର ୨୦୦ କୋଟି କ୍ଲବ୍ରେ ସାମିଲ ହୋଇଛି। ଏପର୍ୟ୍ୟନ୍ତ ଚଳଚ୍ଚିତ୍ର ମୋଟ ୨୦୧.୧୪ କୋଟି ଟଙ୍କାର ବ୍ୟବସାୟ କରିଛି। ୨୦୧୯ରେ ପରଦାକୁ ଆସିଥିବା ଏହି ଚଳଚ୍ଚିତ୍ର ଅକ୍ଷୟଙ୍କ ଚତୁର୍ଥ ହିଟ ଚଳଚ୍ଚିତ୍ର ପାଲଟିଛି।

କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହା ଉଲ୍ଲେଖନୀୟ ଆୟ କରୁଛି। ଭାରତରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଦିନରେ ୧୭.୫୬ କୋଟି ଟଙ୍କା ଆୟ କରିଥିଲା। ‘ଗୁଡନ୍ୟୁଜ’ରେ ଅକ୍ଷୟ ଓ କରୀନାଙ୍କ ବ୍ୟତୀତ ଦିଲଜିତ୍ ଦୋସାଂଝ ଓ କିଆରା ଆଡଭାନୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ରାଜ ମେହତା ଏହାର ନିର୍ଦ୍ଦେଶନା ଦେଇଛନ୍ତି।