Odia News Portal

ଇମ୍ରାନଙ୍କ ଦକ୍ଷତା ଓ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ପତ୍ନୀ

କାଶ୍ମୀରରେ ନିକଟେ ଘଟିଥିବା ଘଟଣା କ୍ରମ ପାଇଁ ଇମ୍ରାନ ଖାନଙ୍କଠାରେ ନିଷ୍ପତ୍ତି ନେବା ଦକ୍ଷତାର ଅଭାବ ଦାୟୀ ବୋଲି ି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ୍ ଖାନ ଅଭିଯୋଗ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁସି କରିବାକୁ କେବଳ ଇମ୍ରାନ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ରେହମ କହିଛନ୍ତି ‘ କାଶ୍ମୀରର ସୌଦା ହୋଇଛି।

ନିକଟରେ କାଶ୍ମୀର ସମ୍ପର୍କରେ ଏକ ନୀତିଗତ ପ୍ରତିକ୍ରୀୟା ଦେବାବେଳେ ଇମ୍ରାନ କହିଥିଲେ ଯେ, ବାଲକୋଟ ଆକ୍ରମଣ ପରେ ମୋଦି ଏଭଳି ପଦକ୍ଷେପ ନେବେ ବୋଲି ସେ ଆଶଙ୍କା କରୁଥିଲେ । କେବଳ ସେତିକି ନୁହେଁ ବିମିଶକ ବୈଠକରେ ତାଙ୍କ ପ୍ରତି ମୋଦୀଙ୍କ ରୁକ୍ଷ ଆଚରଣରୁ ମଧ୍ୟ ଏମିତି କିଛି ଘଟିବାକୁ ଯାଉଛି ବୋଲି ଅନୁମାନ କରୁଥିଲେ ।

ଇମ୍ରାନଙ୍କ ଏହି ବୟାନ ଉପରେ ପ୍ରଶ୍ନ ଉଠାଇଛନ୍ତି ରେହମ । ସେ କହିଛନ୍ତି ଯେ, ସବୁ ଯଦି ଇମ୍ରାନ ଜାଣିଥିଲେ ଓ ଅନୁମାନ କରୁଥିଲେ ତାହେଲେ ପୂର୍ବରୁ କାହିଁକି ସତର୍କ ହେଲେନି ବା ପଦକ୍ଷେପ ନେଲେନି । ଇମ୍ରାନ କିଛି କରିପାରିଲେ ନାହିଁ କାରଣ ତାଙ୍କର ନିଷ୍ପତ୍ତି ନେବାର ଦକ୍ଷତା ଓ କ୍ଷମତା ନାହିଁ ବୋଲି ରେହମ କହିଛନ୍ତି । ରେହମ୍ ଖାନ୍ ଆହୁରି ପ୍ରଶ୍ନ କରିଛନ୍ତି ଯେ, ‘ଯଦି ଇମ୍ରାନ ଜାଣିଥିଲେ ଯେ ଏପରି ହେବାକୁ ଯାଉଛି ତେବେ ସେ କାହିଁକି ମୋଦିଙ୍କ ଆଡ଼କୁ ବନ୍ଧୁତାର ହାତ ବଢ଼ାଉଥିଲେ ଏବଂ ମିସ୍ କଲ୍ କରୁଥିଲେ। ଏଥିରୁ ସ୍ପଷ୍ଟ ଯେ, ଇମ୍ରାନ ଦୁର୍ବଳ ଏବଂ କିଛି କରିବାକୁ ଅସମର୍ଥ ।