Odia News Portal

ଏହି ଅଭିନେତ୍ରୀଙ୍କ ଘରେ ପହଞ୍ଚିଲା କରୋନା

ମୁମ୍ବାଇ ()ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଏବଂ ତାଙ୍କ ଦୁଇ ଝିଅ ଜାହ୍ନବୀ କପୁର ଓ ଖୁସି କପୁରଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଇଛି । ଘରର ଜଣେ ସହାୟକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଏମିତି କି ସେମାନଙ୍କ ଘରକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

ପଜିଟିଭ୍ ଚିହ୍ନଟ ହୋଇଥିବା ସହାୟକଙ୍କ ନାମ ଚରଣ ସାହୁ (୨୩) ବୋଲି ଜଣାପଡ଼ିଛି । ମୁମ୍ବାଇରେ ଅନେ୍ଧରି ପଶ୍ଚିମର ଗ୍ରୀନ୍ ଏକର୍ସ ସୋସାଇଟିରୁ ମିଳିଥିବା ସୂଚନା ମୁତାବକ ବୋନିଙ୍କ ଘରେ କାମ କରୁଥିବା ୨୩ ବର୍ଷୀୟ ସହାୟକ ଚରଣଙ୍କ ସ୍ୱାସ୍ଥ୍ୟ ମେ ୧୬ ତାରିଖରେ ହଠାତ୍ ଖରାପ ହୋଇପଡ଼ିଥିଲା । ନମୁନା ଟେଷ୍ଟ କରାଯିବାରୁ ପଜିଟିଭ୍ ରିପୋର୍ଟ ଆସିଥିଲା । ଏହାପରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା । ଏ ନେଇ ବୋନି କହିଛନ୍ତି, ଆଶା କରୁଛି ଆମର ଅନ୍ୟ କର୍ମଚାରୀମାନେ ସୁସ୍ଥ ରହିଥିବେ । ପଜିଟିଭ୍ ଥିବା ସହାୟକ ମଧ୍ୟ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା ।