Odia News Portal

ଏହି ଅଭିନେତାଙ୍କୁ ପସନ୍ଦ କରନ୍ତି ଶ୍ରୀଦେବୀଙ୍କ ଝିଅ

ମୁମ୍ବାଇ() ଗୋଟିଏ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଜାହ୍ନବୀ କପୁର ଚର୍ଚ୍ଚାରେ । ସେ ନିକଟରେ ନେହା ଧୁପିଆଙ୍କ ଶୋରେ କହିଥିଲେ ଯେ ତାଙ୍କୁ ତାମିଲ ଷ୍ଟାର ଏବଂ ଅର୍ଜ୍ଜୁନ ରେଡ୍ଡି ଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ପ୍ରତି କ୍ରଶ୍ ରହିଛି।

ନେହା ଧୁପିଆଙ୍କ ଚାଟ୍ ଶୋ ବେଳେ ଜାହ୍ନବୀ କପୁର କହିଥିଲେ ଯେ ସେ ଅନେକ ଦିନରୁ ବିଜୟଙ୍କ ପ୍ରତି ଖୁବ୍ ପ୍ରଭାବିତ ହୋଇଛନ୍ତି। ଜାହ୍ନବୀ କହିଛନ୍ତି ତାଙ୍କ ଜୀବନରେ ଭିନ୍ନ ଭିନ୍ନ ଫେଜ୍ ଚାଲିଥାଏ କିନ୍ତୁ ବିଜୟଙ୍କ ପ୍ରତି ତାଙ୍କ କ୍ରଶ୍ ସବୁବେଳେ ରହିଛି।

ଜାହ୍ନବୀ ଏବେ ଖୁବ୍ ଶୀଘ୍ର ‘ଗୁଞ୍ଜନ ସକ୍ସେନା ଦ କାରଗିଲ୍ ଗାର୍ଲ’ ଏବଂ ‘ରୁହଆଫଜା’ରେ ନଜର ଆସିବେ। କାରଗିଲ୍ ଗାର୍ଲରେ ଜାହ୍ନବୀ ଗୁଞ୍ଜନ ସକ୍ସେନାଙ୍କ ଭୂମିକାରେ ଅଭିନୟ କରିଛନ୍ତି।