Odia News Portal

ଓଡ଼ିଶାର ଖଣି ମାଲିକମାନେ ଡ୍ରଗ୍ସ କାରବାରରେ ସଂପୃକ୍ତ

ନୂଆଦିଲ୍ଲୀ()  ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାର ଖୋଳତାଡ଼ ଜାରି ରହିଥିବାବେଳେ ଓଡ଼ିଶା ନାଁ ବି ଉଠିବା ଆରମ୍ଭ କଲାଣି  ।  ଡ୍ରଗ୍ସ କାରବାରରେ ଭୁବନେଶ୍ୱରର ସଂପୃକ୍ତି ନେଇ ରିୟା ଚକ୍ରବର୍ତୀଙ୍କ ହ୍ୱାଟସଆପ ଚାଟରୁ ବି ଜଣାପଡ଼ିଛି  । ତେବେ ଏଭଳି ଚର୍ଚ୍ଚା ଭିତରେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ ବିସ୍ଫୋରକ ବୟାନ ଦେଇଛନ୍ତି  । ଓଡ଼ିଶାର ଖଣି ମାଲିକମାନେ ଡ୍ରଗ୍ସ କାରବାରରେ ସଂପୃକ୍ତ ଅଛନ୍ତି ବୋଲି ସେ କହିଛନ୍ତି  ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତିଯେ, ବଡ଼ ବଡ଼ ଡ୍ରଗ୍ସ ଡିଲରଙ୍କ ଦ୍ୱାରା ଆୟୋଜିତ ପାର୍ଟିରେ ବଲିଉଡ଼ର ତାରକାଙ୍କ ସହ ପ୍ରତିଷ୍ଠିତ ବ୍ୟବସାୟୀମାନେ ସାମିଲ ହୋଇଥା’ନ୍ତି  । ଏଥିରେ ଭୁବନେଶ୍ୱର ଭଳି ସହରର ଖଣି ବେପାରୀମାନେ ସାମିଲ ଥିବା ସେ କହିଛନ୍ତି  । ଯାହାଏବେ ଚର୍ଚ୍ଚାର ବିଷୟ ପାଲଟିଛି  । ରାଜ୍ୟର କେଉଁ କେଉଁ ଖଣି ମାଲିକମାନେ ଡ୍ରଗ୍ସ ଡିଲରଙ୍କ ସହ ସଂପର୍କ ରଖିଛନ୍ତି ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି  । ଏହିସବୁ ପାର୍ଟିର ସମସ୍ତ ଖର୍ଚ୍ଚ ଖଣି ମାଲିକମାନେ ହିଁ ଉଠାଇ ଥାଆନ୍ତି ବୋଲି କଙ୍ଗନା କହିଛନ୍ତି  ।

ଅପରପକ୍ଷରେ ରିୟା ବି ସ୍ୱୀକାର କରିଛନ୍ତିଯେ, ନିଶା କାରବାର ଲାଗି ସେ ଓଡ଼ିଶାକୁ ଏକାଧିକବାର ଆସିଛନ୍ତି  ।