Odia News Portal

ଦେଖିବା କିଏ କାହାକୁ ଫିକ୍ସ କରୁଛି

ମୁମ୍ବାଇ() କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଶେଷ ହେବାରେ ନାଁ ନେଉନି। କଙ୍ଗନା ରଣାୱତ କ୍ରମାଗତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ହମଲା କରୁଛନ୍ତି। ଏବେ ଅଭିନେତ୍ରୀ କଙ୍ଗନା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ଟାର୍ଗେଟ କରିଛନ୍ତି।

କଙ୍ଗନା ଟ୍ୱିଟ୍ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଏମିତି ଲୋକଙ୍କ ସହିତ ବୁଲୁଛନ୍ତି, ଯିଏ ସୁଶାନ୍ତ ମାମଲାରେ ହତ୍ୟାକାରୀ ଅଟନ୍ତି। ମୁଭି ମାଫିଆ ଅଟନ୍ତି। ଚ୍ୟାଲେଞ୍ଜ କରି କଙ୍ଗନା କହିଛନ୍ତି, ଦେଖିବା କିଏ କାହାକୁ ଫିକ୍ସ କରୁଛି।

କଙ୍ଗନା ଟ୍ୱିଟ୍ କରି କହିଛନ୍ତି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସମସ୍ୟା ହେଉଛି ମୁଁ କାହିଁକି ଚଳଚ୍ଚିତ୍ର ମାଫିଆ, ସୁଶାନ୍ତ ସିଂହଙ୍କ ହତ୍ୟାକାରୀ ଓ ତାଙ୍କ ଡ୍ରଗ୍ସ ରାକେଟର ଖୁଲାସା କଲି। ତାଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ସମାନ ଲୋକଙ୍କ ସହ ବୁଲୁଥିଲେ। ଏହା ମୋର ସବୁଠାରୁ ବଡ ଅପରାଧ । ଏବେ ସେ ମୋତେ ଫିକ୍ସ କରିବାକୁ ଚାହୁଁଛନ୍ତି । ଠିକ ଅଛି ତୁମେ ଚେଷ୍ଟା କର। ଦେଖିବା କିଏ କାହାକୁ ଫିକ୍ସ କରୁଛି।