Odia News Portal

ବଡ ଘର ପିଲା ପଚାରନ୍ତି, ମାଲ୍ ଅଛି କି ?

ମୁମ୍ବାଇ ()  ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗେଲରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଡ୍ରଗ୍ସକୁ ନେଇ ଏବେ ସାମ୍ନାକୁ ଆସିଲା ହ୍ବାଟସଆପ୍‌ ଛାଟ୍। ମାମଲାରେ ଯୋଡ଼ିହେଲା ଦୀପିକା ପାଦୁକୋନଙ୍କ ନାଁ। ପୂର୍ବରୁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କ ନାଁ ଆସିଥିଲା। ଏନସିବି ପକ୍ଷରୁ କୁହାଯାଇଛି ଯେ ଚଳିତ ସପ୍ତାହରେ ଶ୍ରଦ୍ଧା, ସାରା ଓ ଆଉ କେତେକଙ୍କୁ ପଚରାଉଚରା ପାଇଁ ସମନ ପଠାଯିବ । ଖୁବ୍‌ ଶୀଘ୍ର ଦୀପିକାଙ୍କୁ ମଧ୍ୟ ଏନସିବି ସମନ୍‌ ଜାରି କରିପାରେ।

ନିକଟରେ ଜୟ ସାହାଙ୍କ ମ୍ୟାନେଜର କରିସ୍ମାଙ୍କ ସହ ଦୀପିକା ପାଦୁକୋନଙ୍କ ବାର୍ତ୍ତାଳାପ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଯାଞ୍ଚରେ ସାମ୍ନାକୁ ଆସିଛି। ଦୀପିକା କଡଇଘ  ପ୍ରତିଭା ପରିଚାଳନା ଏଜେନ୍ସିର କରିସ୍ମାଙ୍କ ସହ କରିଛନ୍ତି ଚାଟ୍‌। କରିସ୍ମାଙ୍କୁ ଦୀପିକା ପଚାରିଛନ୍ତି- ‘ମାଲ୍‌ ଅଛି କି ? କରିସ୍କା ଉତ୍ତରରେ କହିଛନ୍ତି- ହଁ, କିନ୍ତୁ ଘରେ ଅଛି, ମୁଁ ବାନ୍ଦ୍ରାରେ ଅଛି..। ଏଥିରେ କରିସ୍ମା କୌଣସି ଜଣେ ବ୍ୟକ୍ତି ଅମିତଙ୍କ ନାଁ ନେଇଥିଲେ ଏବଂ ତାଙ୍କୁ ପଚାରିବି ବୋଲି କହିଥିଲେ। ପୁଣି ଦୀପିକା କହିଛନ୍ତି- ହଁ ପ୍ଳିଜ୍‌..। କରିସ୍ମା ତାଙ୍କ ଉତ୍ତରରେ ପୁଣି କହିଛନ୍ତି- ଅମିତ ପାଖରେ ଅଛି, ଯଦି କହିବ ଅମିତ ନେଇକି ଯିବ। ଏଥିରେ ଦୀପିକା ପଚାରିଛନ୍ତି- ଐବଗ୍ଦଷ ନାଁ ଓ୍ବିଡ୍‌ ? ଏହା ହେଉଛି ୨୦୧୭ ମସିହା ଅକ୍ଟୋବର ମାସର ଚାଟ୍‌।

ଏହି ମାମଲାରେ କଙ୍ଗନା ରଣାୱତ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, “ମୋ ପରେ ପୁନରାବୃତ୍ତି କର, ଡିପ୍ରେସନ ଡ୍ରଗ୍ସର ଦୁରୁପଯୋଗର ପରିଣାମ । ଯେଉଁ ହାଇ ସୋସାଇଟିରେ ଧନୀ ଘର ପିଲା ଶ୍ରେଷ୍ଠ ବୋଲି ଦାବି କରାଯାଇଛି, ଯେଉଁମାନଙ୍କର ଭଲ ପ୍ରତିପୋଷଣ ହୋଇଥାଏ, ସେମାନେ ନିଜ ମ୍ୟାନେଜରକୁ ପଚାରିଥାନ୍ତି- ମାଲ ଅଛି କି ?” କଙ୍ଗନାଙ୍କ ଏହି ଟ୍ୱିଟ ପରେ ୟୁଜର୍ସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।