ମୁମ୍ବାଇ() କ୍ରିକେଟ୍ ପ୍ରେମୀ ଏବଂ ଧୋନି ପ୍ରଶଂସକ ହେଉଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କର । ସେ ଧୋନିଙ୍କୁ ଅନୁରୋଧ କରିଛନ୍ତି ଏବେ କ୍ରିକେଟ୍ରୁ ଅବସର ନନେବା ପାଇଁ । ଟୁଇଟ୍ କରି ଲତା କହିଛନ୍ତି ଯେ ଦେଶକୁ ଆପଣଙ୍କ ଖେଳର ଆବଶ୍ୟକତା ରହିଛି । ତେଣୁ ଅବସର କଥା ଆପଣ ମନକୁ ଆଣନ୍ତୁ ନାହିଁ । ଲତାଙ୍କର ଏହି ଟ୍ୱିଟ୍ ଏବେ ଭାଇରାଲ୍ ହେଉଛି। ୧୪ ହଜାର ଲୋକ ଏହି ଟ୍ୱିଟ୍କୁ ଲାଇକ୍ କରିଥିବା ବେଳେ ୭୦୦ ଲୋକଙ୍କର ପ୍ରତିକ୍ରିୟା ମଧ୍ୟ ମିଳିଛି।
ସୂଚନାଅନୁସାରେ, ଭାରତର ସବୁଠାରୁ ସଫଳ କ୍ରିକେଟ୍ ଅଧିନାୟକ ଧୋନି ଚଳିତ ବିଶ୍ୱକପ୍ ପରେ ଖେଳରୁ ଅବସର ନେଇଯିବେ ବୋଲି ଚର୍ଚ୍ଚା ହେଉଛି । ଯଦିଓ ସେ ନିଜେ ଏ କଥାକୁ ଖଣ୍ଡନ କରିଛନ୍ତି ତେବେ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ହାରିବା ପରେ ଏହି ଚର୍ଚ୍ଚା ଆହୁରି ବଢ଼ି ଯାଇଛି ।
