Odia News Portal

ପ୍ରେମକୁ ଗୁରୁତ୍ବ ଦେଇ କ୍ୟାରିୟରକୁ ତ୍ୟାଗ କରିଛନ୍ତି ଏହି ନାମିଦାମି କଳାକାର

ମୁମ୍ବାଇ() ପ୍ରେମରେ ହୋଇଥିବା ତ୍ୟାଗ ବା ସହନଶୀଳତା ପ୍ରେମର ମହତ୍ୱକୁ ବଢାଇ ଦେଇଥାଏ । ପ୍ରେମ କୌଣସି ସମୟରେ ବା କୌଣସି ସ୍ଥାନରେ ହୋଇଥାଏ । ଏମିତିକି ୨ ଅଲଗା ଅଲଗା ଜାତୀ, ଦେଶ ବା ଧର୍ମର ବ୍ୟକ୍ତି ଯଦି ନିବିଡ ପ୍ରେମରେ ଥାନ୍ତି ତାହାଲେ ତାଙ୍କ ପାଇଁ କେବଳ ପ୍ରେମ ହିଁ ସବୁକିଛି ହୋଇଥାଏ । ଏମିତି କି ନିଜ ପ୍ରେମ ପାଇଁ ସେମାନେ ନିଜ କ୍ୟାରିୟରକୁ ବି ଛାଡିଦେଇ ଥାନ୍ତି । ଆସନ୍ତୁ ଜାଣିବା ଏମିତି କିଛି ବଲିଉଡ ଅଭିନେତା ବା ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ନିଜ ପ୍ରେମ ପାଇଁ କ୍ୟାରିୟରକୁ ଛାଡିଦେଇଛନ୍ତି ।

ପ୍ରୀତି ଜିଣ୍ଟା: ନାମିଦାମି ଅଭିନେତ୍ରୀ ପ୍ରୀତି ଜିଣ୍ଟା ପ୍ରେମ ପାଇଁ ନିଜ କ୍ୟାରିୟରକୁ ତ୍ୟାଗ କରିଛନ୍ତି । ସେ ଫେବୃଆରି ୨୯ ୨୦୧୬ରେ ଜିନଙ୍କୁ ବିବାହ କରିଥିଲେ । ବିବାହ ପରେ ପ୍ରୀତି ଜିଣ୍ଟା ଜିନ ଫିଲ୍ମ କ୍ୟାରିୟରକୁ ତ୍ୟାଗ କରିଦେଇଥିଲେ ।


ମିହିକା ବର୍ମା: ଟିଭି ଅଭିନେତ୍ରୀ ମିହିକା ବର୍ମା ମଧ୍ୟ ପ୍ରେମ ପାଇଁ ନିଜ କ୍ୟାରିଆକୁ ତ୍ୟାଗ କରି ୨୭ ଅପ୍ରିଲ ୨୦୧୬ରେ ଆନନ୍ଦଙ୍କୁ ବିବାହ କରିଥିଲେ । ଆନନ୍ଦଙ୍କ ସହ ବିବାହ ପରେ ମିହିକା ୟୁ-ଏସ-ଏରେ ପରିବାର ସହ ସେଟେଲ ହୋଇଛନ୍ତି ।


ମୁମତାଜ: ବଲିଉଡ ଜଣାଶୁଣା ଅଭିନେତ୍ରୀ ହେଲେ ମୁମତାଜ । ଯିଏ କି ଜଣେ ଏନଆରଆଇ ବିଜନେସ ମ୍ୟାନ ମୟୁର ମାଧୱାନୀଙ୍କୁ ୧୯୭୪ରେ ବିବାହ କରିଥିଲେ । ବିବାହ ପରେ ସେ ନିଜ କ୍ୟାରିୟର ତ୍ୟାଗ କରିଦେଇଥିଲେ ।


ସେଲିନା ଜେଟଲୀ: ବଲିଉଡର ହଟ୍ ଅଭିନେତ୍ରୀ ହେଲେ ସେଲିନା ଜେଟଲୀ । ଯେ କି ଅନେକ ବଲିଉଡ ଚଳଚିତ୍ରରେ ଲିଡ ଅଭିନେତ୍ରୀ ଭାବେ କାମ କରିଛନ୍ତି । ହେଲେ ସେଲିନା ଦୁବାଇରେ ନିଜ ସ୍ୱାମୀ ପିଟର ହାଗଙ୍କ ସହ ସେଟେଲ ହୋଇଛନ୍ତି । ସେଲିନା ମଧ୍ୟ ବିବାହ ପରେ ନିଜ କ୍ୟାରିୟରକୁ ତ୍ୟାଗ କରିଦେଇଛନ୍ତି ।