Odia News Portal

‘ମାସ୍କ’ର ହିନ୍ଦୀ ଅନୁବାଦ ଜାଣିଲେ ନ ହସି ରହିପାରିବେ ନାହିଁ

ମୁମ୍ବାଇ() ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଛନ୍ତି । ଅଧିକାଂଶ ସମୟ ସେ ପ୍ରଶଂସକଙ୍କ ସହ ପ୍ରେରଣାଦାୟୀ ଏବଂ ମଜାଦାର ପୋଷ୍ଟ ସେୟାର କରନ୍ତି । ଏବେ ସେ ‘ମାସ୍କ’ର ମାନେ ବୁଝାଇଛନ୍ତି । ‘ମାସ୍କ’ର ହିନ୍ଦୀ ଅନୁବାଦ ସମ୍ପର୍କରେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ଖୁବ୍‌ ଭାଇରାଲ୍‌ ହେଉଛି । ପୋଷ୍ଟରେ ଅମିତାଭ ନିଜର ଏକ ଫଟୋ ସେୟାର କରିଛନ୍ତି ।

ସେଥିରେ ସେ ମାସ୍କ ପିନ୍ଧିଛନ୍ତି । କ୍ୟାପସନ୍‌ରେ ସେ ଯାହା ଲେଖିଛନ୍ତି, ତାକୁ ପଢ଼ି କେହି ନ ହସି ରହିପାରିବେ ନାହିଁ । ଅମିତାଭ ଲେଖିଛନ୍ତି, ‘ମିଳିଗଲା! ମିଳିଗଲା! ବହୁ ପରିଶ୍ରମ କରିବା ପରେ ‘ମାସ୍କ’ର ହିନ୍ଦୀ ଅନୁବାଦ ମିଳିଗଲା ।

https://www.instagram.com/p/CByb82HBOko/?utm_source=ig_web_copy_link

ଏହା ହେଲା ନାସିକାମୁଖସଂରକ୍ଷକ କୀଟାଣୁରୋଧକ ବାୟୁଛାନକ ବସ୍ତ୍ରଡୋରିଯୁକ୍ତପଟ୍ଟିକା!’ ପ୍ରଶଂସକ  ଅଭିନେତାଙ୍କ ଏଭଳି  ପୋଷ୍ଟକୁ ଖୁବ୍‌ ପସନ୍ଦ କରୁଛନ୍ତି । ଅମିତାଭଙ୍କୁ ନିକଟରେ ଫିଲ୍ମ ‘ଗୁଲାବୋ ସିତାବୋ’ରେ ଦେଖିବାକୁ ମିଳିଥିଲା । ସେଥିରେ ତାଙ୍କ ସହିତ ଆୟୁଷ୍ମାନ ଖୁରାନା ଅଭିନୟ କରିଥିବା ବେଳେ ତାହା ଆମାଜନ୍‌ ପ୍ରାଇମ୍‌ରେ ରିଲିଜ୍‌ ହୋଇଥିଲା ।