Odia News Portal

କାହିଁକି ପୁରୁଷ ଓ ମହିଳାଙ୍କ ସାର୍ଟ ବଟମ ଅଲଗା

ବହୁତ ଲୋକ ସାର୍ଟ ପିନ୍ଧିବାକୁ ଭଲ ପାଆନ୍ତି। ଏହି ପୋଷାକ ଯେତିକି ଆରାମ ଦାୟକ ପିନ୍ଧିବାକୁ ମଧ୍ୟ ସେତେ ଭଲ ଲାଗେ। କିନ୍ତୁ ପୁରୁଷ ଓ ମହିଳା ମାନଙ୍କର ସାର୍ଟ ସମ୍ପୁର୍ଣ୍ଣ ଭିନ୍ନ ଅଟେ। ବିଶେଷ କରି ମହିଳାମାନଙ୍କ ସାର୍ଟରେ ବଟମ ବାମ ପଟେ ଥିବାବେଳେ ପୁରୁଷ ମାନଙ୍କର ବଟମ ଡାହାଣ ପଟେ ଥାଏ। କେବେ ଚିନ୍ତା କରିଛନ୍ତି କି ପୁରୁଷଙ୍କ ସାର୍ଟର ବଟମ ଡାହାଣ ପଟେ ଥିବା ବେଳେ  ମହିଳାଙ୍କ ସାର୍ଟର ବଟମ ବାମ ପଟେ କାହିଁକି ରହିଛି।

ସାର୍ଟର ବଟମ ଜଣାଇ ଦିଏ ଯେ, ସାର୍ଟଟି ପୁରୁଷ ନା ମହିଳାଙ୍କର । କିନ୍ତୁ  ଦୁଇଟି ସାର୍ଟର ବଟମ କାହିଁକି ଅଲଗା ଅଲଗା ସେନେଇ କିଛି ଯୁକ୍ତିଯୁକ୍ତ ପ୍ରମାଣ ନାହିଁ । କିନ୍ତୁ କିଛି ପ୍ରଚଳିତ କାରଣ ବର୍ଷ ବର୍ଷ ଧରି ଚାଲି ଆସିଛି । ଆସନ୍ତୁ ଜାଣିବା ଏହି ବିଷୟରେ।

ଯେତେବେଳେ ନୂଆ ନୂଆ ପୋଷାକ ତିଆରି ହେଲା ସେତେବେଳେ ପୁରୁଷମାନେ ନିଜେ ନିଜର ପୋଷାକ ଆରାମରେ ପିନ୍ଧି ପାରୁଥିଲେ। କିନ୍ତୁ ମହିଳାଙ୍କ ପୋଷାକ ପରିପାଟି ଟିକେ ଜଟିଳ ଥିଲା। ତେଣୁ ପିନ୍ଧାଇବା ପାଇଁ ସେମାନଙ୍କୁ ଆଉ ଜଣଙ୍କ ସାହାଯ୍ୟ ନେବାକୁ ପଡୁଥିଲା। ଏଥିପାଇଁ ମହିଳାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବଟମକୁ ପୋଷାକର ବାମ ପାର୍ଶ୍ଵରେ ଲଗାଯାଇଥିବା କୁହାଯାଏ। ଚାକର ମାନେ ଯେତେବେଳେ ନିଜ ମାଲିକାଣୀଙ୍କୁ ପୋଷାକ  ପିନ୍ଧାଉଥିଲେ,  ସେହି ସମୟରେ ସୁବିଧା ମୁତାବକ ବସ୍ତ୍ରର ବାମ ପଟେ ବଟମ ଲଗାଯାଇଥିବା ମଧ୍ୟ କୁହାଯାଏ।