Odia News Portal

ବିଗ୍‌ ବିଙ୍କୁ ମିଳିଲା ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍‌କେ ପୁରସ୍କାର

ନୂଆଦିଲ୍ଲୀ : ବଲିଉଡ୍‌ ମହାନାୟକ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ମିଳିଲା ଭାରତୀୟ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ଆଓ୍ଵାର୍ଡ । ରାଷ୍ଟ୍ରପତି ଭବନରେ ଆଜି ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମ୍ମାନ ଗ୍ରହଣ ପରେ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବଦା ଜଣାଇଥିଲେ ବିଗ୍‌ ବି । ଦାଦା ସାହେବ ଫାଲକେ ଆଓ୍ଵାର୍ଡ ମିଳିବା ଉପରେ ଅମିତାଭ କହିଥିଲେ, ଏଥିପାଇଁ ମନୋନୀତ କରାଯିବା ପରେ ତାଙ୍କୁ ଲାଗୁଥିଲା ତାଙ୍କ କ୍ୟାରିୟର ଶେଷ ହେଲାଣି।

କିନ୍ତୁ ଏବେ ତାଙ୍କ ଲାଗୁଛି, ଫିଲ୍ମ ଇଣ୍ଡଷ୍ଟ୍ରିଜରେ କିଛି କାମ ବାକି ରହିଛି। ସେଗୁଡ଼ିକ ପୂରଣ କରିବେ ବୋଲି କହିଛନ୍ତି ବିଗ୍‌ ବି । ଅର୍ଥାତ ଅଭିନୟରୁ ଅବସର ନେଇ ଚାଲିଥିବା ଚର୍ଚ୍ଚା ଉପରେ ସଙ୍କେତ ଦେଇ ଏଭଳି ମନ୍ତବ୍ୟ ଦେଇଥିଲେ । ଏହାସହ ସଫଳତାର ସମସ୍ତ ଶ୍ରେୟ ସେ ଦର୍ଶକଙ୍କୁ ଦେଇଛନ୍ତି । ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କ ଅବଦାନ ପାଇଁ ପ୍ରଦାନ କରାଯାଇଛି ଦାଦା ସାହେବ ଫାଲକେ ସମ୍ମାନ ।

ଗତ ପାଞ୍ଚ ଦଶନ୍ଧି ଧରି ଅଭିନୟ ମାଧ୍ୟମରେ ଦର୍ଶକଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି ଅମିତାଭ ବଚ୍ଚନ । ୧୯୬୯ରେ ସୁପରହିଟ୍‌ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ କ୍ୟାରିୟର ଆରମ୍ଭ କରିଥିଲେ । ୧୯୭୨ରେ ରିଲିଜ ଜଞ୍ଜିର ତାଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ହୋଇଥିଲା । ଏହା ଭିତରେ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ବିଗ୍‌ ବି ।