Odia News Portal

ବିବାଦୀୟ ଟୁଇଟ ପ୍ରସଂଗ : ମୁହଁ ଖୋଲିଲେ ବିବେକ ଓବରାଏ, କହିଲେ ଭୁଲ କଣ ?

ମୁମ୍ବାଇ : ଏକଜିଟ ପୋଲ୍‌କୁ ନେଇ ଦେଶ ବ୍ୟାପୀ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏକଜିଟ ପୋଲ୍‌ ବାବଦରେ ଟ୍ବିଟ୍‌ କରି ହରଡ଼ ଘଣାରେ ପଡିଛନ୍ତି ଅଭିନେତା ବିବେକ ଓବେରାଇ। ଟୁଇଟକୁ ନେଇ ଜାତୀୟ ମହିଳା କମିଶନ ବିବେକଙ୍କୁ ଆଜି ନୋଟିସ ଜାରୀ କରିଛନ୍ତି । ନୋଟିସ ପରିପ୍ରେକ୍ଷୀରେ ବିବେକ କହିଛନ୍ତି ଯେ, ତାଙ୍କର ଭୁଲ କଣ ତାହା ମହିଳା କମିଶନ ପ୍ରକାଶ କରନ୍ତୁ । ଭୁଲ କଣ ଜାଣିଲାପରେ ଏେ ପ୍ରସଂଗରେ କ୍ଷମା ମାଗିବାରେ ତାଙ୍କର କୌଣସି ଆପତ୍ତି ନାହିଁ । ପିଏମ ନରେନ୍ଦ୍ର ମୋଦି ଫିଲ୍ମ ପାଇଁ ବଡ଼ ହଲାପଟା ହେବା ପରେ ଏବେ ୨୪ ତାରିଖରେ ଫିଲ୍ମ ରିଲିଜ ହେବ ଏହା ପୂର୍ବରୁ ପୁଣି ବିବାଦରେ ପଡ଼ିଲେଣି ବିବେକ। ଏଥର ବିବାଦରେ ପୁଣି ସେ ନିଜେ ଯୋଡ଼ିଛନ୍ତି ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ।

ଦେଖନ୍ତୁ ଏହି ଚିତ୍ରକୁ। ଏହି ଚିତ୍ରଟିକୁ ଟ୍ବିଟରେ ରଖି ବିବେକ ଓବରାୟ ବିବାଦରେ ଫସିଛନ୍ତି । ଚିତ୍ରଟିକୁ ଜଣେ କେହି ପୱନ ସିଂହ ଟ୍ବିଟ କରିଥିବା ବେଳେ ଏହାକୁ ବିବେକ ଓବରାୟ ରିଟ୍ବିଟ କରିଛନ୍ତି। ଆପଣଙ୍କୁ ତିନିଟି ଭାଗର ଚିତ୍ରକୁ ଦେଖାଇବାକୁ ଚାହିଁବୁ। ପ୍ରଥମ ଭାଗରେ ସଲମନ ଖାନ ଓ ଐଶ୍ବର୍ଯ୍ୟା ରାୟଙ୍କ ଫଟୋକୁ ଓପିନିୟନ ପୋଲ୍‌। ପରେ ଐଶ୍ବର୍ଯ୍ୟା ରାୟ ବିବେକ ଓବରାୟଙ୍କ ଫଟୋକୁ ଏକଜିଟ ପୋଲ୍‌ ଏବଂ ଅଭିଷେକ ବଚନ ଓ ଐଶ୍ବର୍ଯ୍ୟାଙ୍କ ଫଟୋକୁ ରେଜଲ୍ଟ ବୋଲି ଲେଖାଯାଇଛି।

ବିବେକ୍‌ ଓବରାୟ ଏହାକୁ ନିଜ ଟ୍ବିଟରେ ସ୍ଥାନ ଦେବାକୁ ନେଇ ଅତି ଦୃଢ଼ ଶବ୍ଦ୍ଦରେ ନିନ୍ଦା କରିଛନ୍ତି ନେଟିଜେନ। ଜଣେ ବିବାହିତା ମହିଳାଙ୍କ ଫଟୋ ଯେଉଁଥିରେ ତାଙ୍କର କୁନି ଶିଶୁ ବି ଅଛି ଏହାକୁ ନେଇ ମେମ୍‌ କରିବା ଦୁସ୍ଥ ମାନସିକତା ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି। ସେପଟେ ମହାରାଷ୍ଟ୍ର ମହିଳା କମିଶନ ବିବେକଙ୍କୁ ନୋଟିସ କରିବା ଲାଗି ଚିନ୍ତା କରୁଛି।

ନିର୍ବାଚନ ବେଳେ ପିଏମ ନରେନ୍ଦ୍ର ମୋଦି ଫିଲ୍ମ କରି ଖୁବ୍‌ ଫାଇଦା ପାଇବା ଚକ୍କରରେ ଥିଲେ ବିବେକ। କିନ୍ତୁ ନିର୍ବାଚନ ସରିଗଲା କିନ୍ତୁ ଫିଲ୍ମ ରିଲିଜ୍‌ ହୋଇପାରିଲାନି। ଏବେ ନିର୍ବାଚନ ସରିବା ପରେ ୨୪ ତାରିଖରେ ଫିଲ୍ମ ରିଲିଜ ହେବାକୁ ଯାଉଥିବା ବେଳେ ପୁଣି ବିବାଦରେ ଫସିଛନ୍ତି ବିବେକ। ଅବଶ୍ୟ କିଛି ଏହାକୁ ବିବେକଙ୍କ ପବ୍ଲିସିଟି ଷ୍ଟଣ୍ଟ କହୁଛନ୍ତି।

ଗୋଟିଏ ପଟେ କାନ ଫିଲ୍ମ ଫେଷ୍ଟିଭାଲରେ ଐଶ୍ବର୍ଯ୍ୟା ରାୟ ନିଜ ଝିଅକ ସାଙ୍ଗରେ ଧରି ରେଡ କାର୍ପେଟ ଚାଲି ଦୃଷ୍ଟି ଆକର୍ଷଣ କରିଛନ୍ତି। ଏତିକିବେଳେ ବିବେକ ଓବରାୟ ଜେର ଜୋବରଦସ୍ତ ପୁଣି ଥରେ ଐଶ୍ବର୍ଯ୍ୟାଙ୍କ ସହିତ ନିଜେ ଯୋଡ଼ି ହେବାକୁ ଚେଷ୍ଟା କରିଛନ୍ତି।