Odia News Portal

ମା’ ହେଲେ ଏକତା କପୁର

ମୁମ୍ବାଇ:  ହିନ୍ଦୀ ଫିଲ୍ମ ପ୍ରଯୋଜକ ତଥା ସିରିଏଲ ପ୍ରଯୋଜକ ଏକତା କପୁର ମା ହେଲେ । ଏକତା କପୁରଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ସରୋଗେସୀ ଜରିଆରେ ଏକତା ମା ହୋଇଛନ୍ତି । ଏକତା ମା ହେବାପରେ ଭେଟେରାନ ଅଭିନେତା ଜିତେନ୍ଦ୍ର କପୁର ଅଜା ହୋଇଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରି ଏକତା କପୁର ଏବଂ ଜିତେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛି । ସରୋଗେସୀ ଜରିଆରେ ମା ହେବ ପାଇଁ ନିଷ୍ପତ୍ତି ନେଇଥିଲେ ଏକତା । ଏହା ପୂର୍ବରୁ ଏକତାଙ୍କ ଭାଇ ତୁଷାର କପୁର ମଧ୍ୟ ସରୋଗେସୀ ଜରିଆରେ ବାପା ହୋଇଥିଲେ । ଫିଲ୍ମ ନିର୍ଦେଶକ କାରଣ ଜୋହର ମଧ୍ୟ ସରୋଗେସୀ ଜରିଆରେ ବାପା ହୋଇଥିଲେ । କରଣଙ୍କର ଜାଅଁଳା ଶିଶୁ ଜନ୍ମ ହୋଇଥିଲେ । ଏମାନଙ୍କ ନାଁ, ୟସ ଏବଂ ରୁହି । ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ ପୁଅ ଅବରାମ ମଧ୍ୟ ସରୋଗେସୀ ଜରିଆରେ ଜନ୍ମ ହୋଇଥିଲେ ।