Odia News Portal

ନୱାଜୁଦ୍ଦିନଙ୍କୁ ଅନ୍ତର୍ଜାତୀୟ ସମ୍ମାନ

ମୁମ୍ବାଇ: ବଲିଉଡ୍‌ରେ ନୱାଜୁଦ୍ଦିନ ସିଦ୍ଦିକିଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ସ୍ୱତନ୍ତ୍ର ପରିଚୟ ତାଙ୍କୁ ତାଙ୍କ ଅଭିନୟ ଯୋଗୁ ମିଳିଛି। ଅଭିନୟରେ ତାଙ୍କର ଏକ ନିଜସ୍ୱ ଶୈଳୀ ରହିଛି। ସବୁ ପ୍ରକାର ଚରିତ୍ରରେ ସେ ନିଜକୁ ପୂରା ଫିଟ୍ କରି ଦିଅନ୍ତି। ଲିଡ୍ ରୋଲ୍ ହେଉ ଅବା ନେଗେଟିଭ୍ ଚରିତ୍ର ସବୁଥିରେ ତାଙ୍କ ଅଭିନୟ ଭାରି ଭଲ ଲାଗେ।

ଦର୍ଶକଙ୍କୁ ହସାଇବାରେ ବି ସେ ମାହିର। କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ଆଉ ଏଭଳି ଜଣେ ଦକ୍ଷ ଅଭିନେତାଙ୍କୁ ୟୁକେର ୱେଲ୍ସରେ ଆୟୋଜିତ ହେବାକୁ ଥିବା କାର୍ଡିଫ୍ ଇଣ୍ଟରନ୍ୟାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲ୍‌ ୨୦୧୯ରେ ସମ୍ମାନିତ କରାଯିବ।