Odia News Portal

ଯନ୍ତ୍ରଣା ଦୂର ପାଇଁ ଲୋକେ ନିଅନ୍ତି ଡ୍ରଗ୍ସ

ମୁମ୍ବାଇ() ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଲୋକଙ୍କ ଟାର୍ଗେଟରେ ରହିଛନ୍ତି ମହେଶ ଭଟ୍ଟଙ୍କ ପୂରା ପରିବାର। ଫିଲ୍ମନିର୍ମାତା ମହେଶ ଭଟ୍ଟ ଓ ରିୟା ଚକ୍ରବର୍ତୀଙ୍କ ସମ୍ପର୍କକୁ ନେଇ ବହୁତ କିଛି ଆଲୋଚନା ହୋଇଛି ଓ ହେଉଛି ମଧ୍ୟ। ଏହାକୁ ନେଇ ମହେଶ ଭଟ୍ଟଙ୍କୁ ମଧ୍ୟ ପଚରାଉଚରା ସରିଛି। ସବୁ ପରେ ମଧ୍ୟ ଲୋକଙ୍କ କ୍ରୋଧରୁ ବାଦ୍ ପଡି ନାହିଁ ଭଟ୍ଟ ପରିବାର। ଏହାର ପ୍ରଭାବ ମଧ୍ୟ ତାଙ୍କ ବହୁପ୍ରତୀକ୍ଷିତ ସିନେମା ‘ସଡକ-୨’ରେ ପଡ଼ିଥିବା ଦେଖିବାକୁ ମିଳିଲା। ଲୋକେ ଫିଲ୍ମଟିକୁ ଆଦୌ ପସନ୍ଦ କଲେ ନାହିଁ।

ସୁଶାନ୍ତ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ସିଧାସଳଖ ତଥା ଖୋଲାଖୋଲି ଭାବେ ମହେଶ ଭଟ୍ଟ ଓ କରଣ ଜୋହରଙ୍କୁ ଟାର୍ଗେଟ କରିଛନ୍ତି। ଏହା ସହ ବଲିଉଡରେ ଡ୍ରଗ୍ସ ବ୍ୟବହାର ହେଉଥିବା ଅଭିଯୋଗ ଆଣିଲେ। ଏବେ ତ ଡ୍ରଗ୍ସ ମାମଲା ସଂସଦରେ ପହଞ୍ଚିଛି। ସଂସଦରେ ଜୟାଙ୍କ କଥା ଶୁଣିବା ପରେ ଅନେକ ତାଙ୍କ ସପକ୍ଷରେ ଥିବା ବେଳେ ଆଉ କେତେକ କଙ୍ଗନାଙ୍କୁ ସମର୍ଥନ କରୁଛନ୍ତି। ୟାରି ଭିତରେ ଏବେ ମହେଶ ଭଟ୍ଟଙ୍କ ବଡ଼ ଝିଅ ତଥା ଅଭିନେତ୍ରୀ ପୂଜା ଭଟ୍ଟ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ ଡ୍ରଗ୍ସକୁ ନେଇ ଆଶ୍ଚର୍ୟ୍ୟ କଲା ଭଳି ଟ୍ବିଟ୍ କରିଛନ୍ତି। ଯାହାକୁ ନେଇ ଏବେ ଲୋକଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଛି।

ସେ ଟ୍ବିଟ୍ କରିଛନ୍ତି ଜୀବନର କଷ୍ଟ ଓ ଯନ୍ତ୍ରଣା ଦୂର ପାଇଁ ସମାଜର ଅନ୍ତିମ ସ୍ତରରେ ଥିବା ଲୋକ ଡ୍ରଗ୍ସ ବ୍ୟବହାର କରନ୍ତି । କେହି କେବେ ସେମାନଙ୍କ ବିଷୟରେ ଭାବିଛନ୍ତି। ସ୍ବପ୍ନ ପୂରଣ କରୁ କରୁ ସେମାନଙ୍କ ମନ ଭାଙ୍ଗିଯାଏ। ଗରିବ ଓ ଦୁଃଖ ମଧ୍ୟରେ ସେମାନେ ଏହି ଜିନିଷ ପଛରେ ଗୋଡାନ୍ତି। କ’ଣ ଏମାନଙ୍କ ପୁନର୍ବାସରେ କେହି ଆଗ୍ରହ ପ୍ରକାଶ କରନ୍ତି?