Odia News Portal

ଭାଇରାଲ ହେଉଛି ରାନୁ ମଣ୍ଡଳଙ୍କ ଆଉ ଏକ ଗୀତ, ଭିଡିଓ ଦେଖନ୍ତୁ

ସୋଶାଲ୍ ମିଡିଆରେ ରାତାରାତି ସୁପର୍ଷ୍ଟାର୍ ହୋଇଥିବା ରାନୁ ମଣ୍ଡଳଙ୍କ ଆଉ ଏକ ଗୀତ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ‘ତେରୀ ମେରୀ କାହାନୀ’ ପରେ ରାନୁ ମଣ୍ଡଳ ଆଉ ଏକ ଗୀତ ରେକର୍ଡ କରିଛନ୍ତି। ବଲିଉଡ୍ ଗାୟକ ହିମେଶ ରେଶମିଆଁ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ଶେଆର କରି ଏହି ସୂଚନା ଦେଇଛନ୍ତି। ଏହି ଭିଡିଓରେ ରାନୁ ମଣ୍ଡଳ ତାଙ୍କ ସହିତ ଷ୍ଟୁଡିଓରେ ଅଛନ୍ତି ଓ ଗୀତ ଗାଉଛନ୍ତି।

https://www.instagram.com/p/B1xxoiNDyA_/?utm_source=ig_embed&utm_campaign=embed_video_watch_again

ରାନୁ ଗୀତ ଗାଉଥିବା ଭିଡିଓ ପୋଷ୍ଟ୍ କରି ହିମେଶ୍ ଲେଖିଛନ୍ତି, ‘ତେରୀ ମେରୀ କାହାନୀ’ ଗୀତକୁ ଭଲ ଭାବେ ଗାଇବା ପରେ ରାନୁ ମଣ୍ଡଳଙ୍କ ସୁମଧୁର ସ୍ୱରରେ ‘ହାପି ହାର୍ଡି ଆଣ୍ଡ୍ ହୀର୍’ ଫିଲ୍ମ ପାଇଁ ଆଉ ଏକ ଗୀତ ରେକର୍ଡ କରାଯାଇଛି। ଏଠାରେ ଗୀତର କିଛି ଝଲକ୍ ଦିଆଯାଇଛି।’