Odia News Portal

ମଦ ବ୍ରିକ୍ରି ବନ୍ଦ ନେଇ ବିହାର ସରକାରଙ୍କୁ ଏମିତି କହିଥିଲେ ଋଷି

ମୁମ୍ୱାଇ()  ଗୁରୁବାର ୬୭ ବର୍ଷ ବୟସରେ ଅଭିନେତା ଋଷି କପୁର ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଭିନୟ ଦୁନିଆରେ ଅତୁଳନୀୟ ପ୍ରଶଂସା ସାଉଁଟିଥିବା ଋଷି ସୋଶାଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ ରହୁଥିଲେ। ଦେଶରେ ଘଟୁଥିବା ବିଭିନ୍ନ ବିଷୟରେ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ସେ ନିଜ ମତ ରଖୁଥିଲେ। ଏଥିପାଇଁ ସେ ଅନେକ ସମାଲୋଚନା ବା ସୋଶାଲ ମିଡିଆ ଭାଷାରେ କହିବାକୁ ଗଲେ ଟ୍ରୋଲର ଶିକାର ହୋଇଛନ୍ତି। ହେଲେ ଟ୍ରୋଲକୁ ଋଷି କେବେ ଖାତିର୍ କରି ନ ଥିଲେ।

୨୦୧୬ ଏପ୍ରିଲ ୫ରେ ଋଷିଙ୍କ ଏକ ଟ୍ୱିଟ୍ ଖୁବ୍ ଚର୍ଚ୍ଚାକୁ ଆସିଥିଲା। ସେ ସମ୍ପୂର୍ଣ୍ଣ ମଦ ବ୍ରିକ୍ରି ବନ୍ଦ ନେଇ ବିହାର ସରକାରଙ୍କୁ ପ୍ରଶ୍ନ କରିଥିଲେ। ସେ ଟ୍ୱିଟ୍ କରି କହିଥିଲେ, “ବିହାର ସରକାର ଚୋରା ମଦ କାରବାରକୁ ପ୍ରଶ୍ରୟ ଦେବା ଭଳି ନିଷ୍ପତ୍ତି ନେଇଛନ୍ତି। ସାରା ଦୁନିଆରେ ମଦ ଉପରେ ପ୍ରତିବନ୍ଧକ ଅସଫଳ ହୋଇଛି। ଜାଗ୍ରତ ହୁଅ। ବିହାର, ତୁମକୁ ରାଜସ୍ୱରେ ୩ ହଜାର କୋଟି ଟଙ୍କାର କ୍ଷତି ମଧ୍ୟ ସହିବାକୁ ହେବ।”

ସେହିପରି ଆଉ ଏକ ଟ୍ୱିଟ୍ କରି ଋଷି ପୁଣି କହିଥିଲେ ଯେ, “ମଦ ପାଇଁ ୧୦ ବର୍ଷ ଜେଲ ଦଣ୍ଡ, ଅବୈଧ ଅସ୍ତ୍ରଶସ୍ତ୍ର ରଖିଲେ ୫ ବର୍ଷ ? ଓ୍ୱାଃ ନୀତିଶ୍! ମୁଁ ବିହାର ଯିବି ନାହିଁ! ୨୦୧୬ରେ ଆପଣ ଏତେ ମାତ୍ରାରେ ଅଦୂରଦର୍ଶୀ କିପରି ହୋଇଗଲେ?