Odia News Portal

ଅନ୍ତିମ ସଂସ୍କାରରେ ୧୫ଜଣଙ୍କୁ ଅନୁମତି

ମୁମ୍ବାଇ() ଚିରନିଦ୍ରାରେ ବଲିଉଡ୍ ଅଭିନେତା ଋଷି କପୁର। ଏହି ଘଟଣାପରେ ବଲିଉଡ୍ ସିନେମା ଜଗତରେ ଖେଳିଯାଇଛି ଶୋକର ଛାୟା। ତେବେ ଚନ୍ଦନୱାଡି ଶ୍ମଶାନ ଘାଟରେ ଋଷି କପୁରଙ୍କ ଅନ୍ତିମ ସଂସ୍କାର କରାଯିବ। କରୋନା କଟକଣା ପାଇଁ ଶେଷକୃତ୍ୟରେ କେବଳ ୧୫ଜଣଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଋଷି କପୁରଙ୍କ ଅନ୍ତିମ ସଂସ୍କାରର ସମୟ ଘୋଷଣା କରାଯାଇନାହିଁ। କିନ୍ତୁ ତାଙ୍କ ମୃତଦେହକୁ ସିଧାସଳଖ ଡାକ୍ତରଖାନାରୁ ମୁମ୍ବାଇର ମେରାଇନ୍ ଲାଇନ୍ସ ଚନ୍ଦନୱାଡି ଶ୍ମଶାନସ୍ଥଳୀକୁ ନିଆଯିବ।ଝିଅ ରିଦ୍ଧିମା କପୁରଙ୍କ ପରିବାରକୁ ଦିଲ୍ଲୀରୁ ମୁମ୍ବାଇ ରାସ୍ତାରେ ଯିବା ନେଇ ୫ ଜଣଙ୍କ ପାଇଁ ଏକ ପାସ୍ ଜାରି କରାଯାଇଛି।