Odia News Portal

ରିୟା ଚକ୍ରବର୍ତ୍ତୀଙ୍କ ଉପରେ ପ୍ରସ୍ତୁତ ହେବ ଫିଲ୍ମ

ମୁମ୍ବାଇ() ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହଙ୍କ ରହସ୍ୟମୟ ମୃତ୍ୟୁର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ୍‌ ଖୁଲାସା ହୋଇ ନାହିଁ । ବର୍ତ୍ତମାନ ତାଙ୍କ କେସରେ ସିବିଆଇ ତଦନ୍ତ ଚାଲିଥିବା ବେଳେ ସୁଶାନ୍ତଙ୍କ ପରିବାର ଲୋକେ ତାଙ୍କ ପ୍ରେମିକା ରିୟା ଚକ୍ରବତ୍ତିଙ୍କ ଉପରେ ଗମ୍ଭୀର ଆରୋପ ଲଗାଇ ଏଫଆଇଆର ଦାଖଲ କରିଛନ୍ତି ।

ଏହା ପର ଠାରୁ ରିୟାଙ୍କର ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି । ସାଧାରଣ ଜନସାଧାରଣଙ୍କ ଠାରୁ ଅରମ୍ଭ କରି ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ସେହିପରି ନ୍ୟୁଜ ଚ୍ୟାନେଲ ମାନଙ୍କରେ ମଧ୍ୟ ପ୍ରତିଦିନ ରେୟାଙ୍କୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମନାକୁ ଆସୁଛି । ଏହି ସବୁ ମଧ୍ୟରେ ରେୟାଙ୍କ ଜୀବନି ଉପରେ ଫିଲ୍ମ ପ୍ରସ୍ତୁତି ହେବ ବୋଲି ଖବର ଆସିଛି । ସେହିପରି ଏହି ଫିଲ୍ମର ଟାଇଟେଲ ସହିତ କାହାଣୀ ର ସମସ୍ତ ଡିଟେଲ ସାମନାକୁ ଆସୁଛି ।

ତେବେ କିଛି ସମୟ ପୁର୍ବରୁ ସୁଶାନ୍ତଙ୍କ ଏହି କେଶକୁ ଆଧାର କରି ଫିଲ୍ମ ପ୍ରସ୍ତୁତି ଚାଲିଥିଲା । କେବଳ ସେତିକି ନୁହେଁ ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ ହୋଇଯାଇଥିଲା କିନ୍ତୁ ସୁଶାନ୍ତଙ୍କ ପରିବାର ଏହାକୁ ଆପତ୍ତି କରିଥିଲେ । ସେହିପରି ତାଙ୍କ ପରିବାରର ଓକିଲ ମଧ୍ୟ ଏକ ପ୍ରେସ କନଫ୍ରେନ୍ସ ଜରିଆରେ ଏହି ଫିଲ୍ମ ତିଆରି କରିବାକୁ ଆପତ୍ତି କରିଥିଲେ । ଏହି ଘଟଣା ପରେ ବର୍ତ୍ତମାନ ରିୟାଙ୍କ ଉପରେ ଫିଲ୍ମ ତିଆରି ହେବ ବୋଲି ଚର୍ଚ୍ଚା ଚାଲିଛି । ଯାହାର ଟାଇଟେଲ ରହିଛି “ନ୍ୟାୟ ଦ ଜଷ୍ଟିସ”। ଓକିଲ ଅଶୋକ ସରୋବଗିଙ୍କ ପତ୍ନୀ ସରଳା ସରୋବଗି ସୁଶାନ୍ତ ଏବଂ ରିୟାଙ୍କ ଜୀବନି ଉପରେ ଏକ ବେଷ୍ଟ ଫିଲ୍ମ ତିଆରି କରୁଛନ୍ତି ଯାହାର ସୁଟିଙ୍ଗ ଆରମ୍ଭ ହୋଇ ସାରିଲାଣି ।

ଖବରନୁଯାୟୀ ପିଲ୍ମର ସ୍କ୍ରିପ୍ଟ ଅଶୋକ ସରବରୀଙ୍କ ଡାଏରିରୁ ତିଆରି ହୋଇଛି । ତେବେ ଏହି ଫିଲ୍ମରେ ଟିଭି ଅଭିନେତା ଯୁବେର କେ ଖାମ ସୁଶାନ୍ତଙ୍କ ଭୂମିକାରେ ଏବଂ ଅଭିନେତ୍ରୀ ଶ୍ରେୟା ଶୁକ୍ଲା ରିୟାଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମର ସୁଟିଙ୍ଗ ମୁମ୍ବାଇର ମଡ ଆଇଲ୍ୟାଣ୍ଡ ଅଞ୍ଚଳରେ ସେପ୍ଟେମ୍ବର ୧ ରୁ ଆରମ୍ଭ ହୋଇ ସାରିଛି ।