Odia News Portal

ଏନସିବି ଅଫିସ୍‌ରେ ରିୟା ଓ ସୌଭିକ୍‌

ମୁମ୍ବାଇ : ଏନସିବି ଅଫିସ୍ ରେ ପୁଣି ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ ଏବଂ ଭାଇ ସୌଭିକ୍ ଚକ୍ରବର୍ତ୍ତୀ । ଡ୍ରଗ୍ସ ଲିଙ୍କ୍ ରେ ଜେଲରେ ରହିସାରିଥିବା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇଙ୍କୁ ଜାମିନ ମିଳିଥିବା ସତ୍ତ୍ୱେ ଏନସିବିରୁ ଏ ପର୍ଯ୍ୟନ୍ତ ସମସ୍ତ କାମ ସରିନି ।ଗତକାଲି ଭାଇ-ଭଉଣୀଙ୍କୁ ପୁଣି ଥରେ ଏନସିବି ଅଫିସରେ ବାହାରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଉଭୟଙ୍କର ଏଭଳି କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଫଟୋକୁ ଦେଖିବା ପରେ ଲୋକମାନେ କହୁଛନ୍ତି ଯେ, ଡ୍ରଗ୍ସ ମାମଲାରେ ପଚରା ଉଚରା କରିବା ପାଇଁ ଏନସିବି ଉଭୟଙ୍କୁ ଅଫିସ୍ ଡାକାଇଛି । ଏହି ଫଟୋରେ ରିୟା ଚକ୍ରବର୍ତ୍ତୀଙ୍କ ହାତରେ ଏକ କଳା ରଙ୍ଗର ଡାଏରୀ ଥିବା ଦେଖିବାକୁ ମିଳିଛି ।ଏନସିବି ଅଫିସ୍ ଯିବା ସମୟରେ ଉଭୟଙ୍କ ମୁହଁରେ ଅସନ୍ତୋଷ ଦେଖା ଦେଇଥିଲା । ପାଖାପାଖି ଏକ ମାସ ଜେଲରେ ରହିସାରିବା ପରେ ରିୟାଙ୍କୁ ଜାମିନ ମିଳିଥିଲା । ତାଙ୍କ ଭାଇ ମଧ୍ୟ ଡ୍ରଗ୍ସ ମାମଲାରେ ଜେଲରେ ରହିସାରିଛନ୍ତି । ଏବେ ଉଭୟ ଜାମିନରେ ଅଛନ୍ତି ।