Odia News Portal

୧୧ ବିଲିୟନ କୋଟି ଟଙ୍କାର ମାଲିକ ଏହି ଅଭିନେତା

ମୁମ୍ବ୍ଧବ() ବଲିଉଡର ପ୍ରସିଦ୍ଧ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଲାଇଫଷ୍ଟାଇଲ ମଧ୍ୟ ଖୁବ ସମ୍ଭ୍ରାନ୍ତୀୟ। ସେ ସୈଫ ଅଲ୍ଲୀ ନବାବ ନାଁରେ ପରିଚିତ। କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ନବାବ ସୈଫ।

ବର୍ତ୍ତମାନ ସୈଫ ପାଖାପାଖି ୧୧୦୦ କୋଟି ଟଙ୍କାର ମାଲିକ। ପ୍ରତି ବର୍ଷ ସୈଫ ୫୫ କୋଟି ଟଙ୍କା ଆୟ କରନ୍ତି। ସୈଫଙ୍କ ପଟୌଦି ପାଲେସର ମୂଲ୍ୟ ୮ କୋଟି ଟଙ୍କା। ଏହି ପାଲେସ ଭାରତର ହରିୟାଣା ସ୍ଥିତ ଗୁରୁଗ୍ରାମରେ ରହିଛି। ଏହା ବ୍ୟତୀତ ସ୍ବିଜରଲାଣ୍ଡରେ ତାଙ୍କର ପାଖାପାଖି ୩୩ କୋଟି ଟଙ୍କାର ବଙ୍ଗଳା ଅଛି।

ନବାବଙ୍କ ବଂଶରେ ଜନ୍ମିଥିବା ସୈଫଙ୍କ ବାପା ମଂସୁର ଅଲ୍ଲୀ ଖାନ ପଟୌଦି ଭାରତୀୟ କ୍ରିକେଟ ଟିମ୍ର ଖେଳାଳୀ ଥିଲେ। ସୈଫ ଅଲ୍ଲୀ ଖାନ କରୀନା କପୁରଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ପୁଅ ତୈମୁର ସୋସିଆଲ ମିଡିଆରେ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି।