Odia News Portal

ଶୀର୍ଷରେ ସୁଶାନ୍ତ ସିଂ ରାଜପୁତ

ନୂଆଦିଲ୍ଲୀ() ଚଳିତ ବର୍ଷ ଜୁନ ମାସ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ମୃତ୍ୟୁ ଘଟିବା ପରେ ଅନେକ ବିବାଦ ଆରମ୍ଭ ହୋଇଥିଲା । ବର୍ତ୍ତମାନ ମଧ୍ୟ ସୁଶାନ୍ତଙ୍କୁ ନେଇ ଏକ ରୋଚକ ଖବର ଆସିଛି । ସୂଚନାଯୋଗ୍ୟ ଯେ, ୟାହୁ ଇଣ୍ଡିଆର ସର୍ଚ୍ଚ ଲିଷ୍ଟରେ ସୁଶାନ୍ତଙ୍କ ନାମ ସର୍ବାଗ୍ରେ ରହିଥିବା ବେଳେ ଦ୍ୱିତୀୟରେ ବିଗ୍ ବି ଅମିତାଭ ବଚନ ଓ ତୃତୀୟରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ରହିଛନ୍ତି । ଏହି ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧି, କଙ୍ଗନା ରଣାୱତ ଆଦି ପ୍ରତିଭାଶାଳୀ ବ୍ୟକ୍ତିତ୍ୱଙ୍କର ନାମ ରହିଛି ।