Odia News Portal

ସାରାଙ୍କ ସହ ପ୍ରଥମ ଥର ହେବି ଡୋଜ ଡ୍ରଗ୍ସ ନେଇଥିଲେ ସୁଶାନ୍ତ

ମୁମ୍ବାଇ() ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାର ଡ୍ରଗସ ଲିଙ୍କରେ ଗିରଫ ହୋଇଥିବା ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏନସିବିକୁ ଏସକ୍ଲୁ୍ୟସିଭି ବୟାନ ଦେଇଛନ୍ତି । କେଦାରନାଥ ସୁଟିଂ ସମୟରେ ସୁଶାନ୍ତ ହେବି ଡୋଜ ଡ୍ରଗ୍ସ ନେବା ଆରମ୍ଭ କରିଦେଇଥିଲେ । ଏଥିରେ ସାରା ମଧ୍ୟ ସାମିଲ ଥିଲେ ବୋଲି ରିୟା ଚାଞ୍ଚଲ୍ୟ କର ବୟାନ ଦେଇଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଏନସିବି ପକ୍ଷରୁ ଚାଲିଥିବା ପଚରାଉଚରାରେ ରିୟା ସୁଶାନ୍ତଙ୍କ ଘର ଛାଡ଼ିବାର ମୂଳ କାରଣ କହିଥିଲେ । ଜୁନ ୮ ତାରିଖକୁ ରିୟା ସୁଶାନ୍ତଙ୍କ କାହିଁକି ଛାଡ଼ି ଦେଇଥିଲେ ସେ ବିଷୟରେ ସେ ପ୍ରକାଶ କରିଥିଲେ । ଏନସିବିକୁ ରିୟା ଦେଇଥିବା ବୟାନ ଅନୁସାରେ, ସୁଶାନ୍ତ ଡ୍ରଗ୍ସ ଆଡିକେଟ ହୋଇସାରିଥିଲେ । ସେ ସେଥିରୁ ବାହାରି ପାରୁନଥିଲେ । ତେଣୁ ସେ ଜୁନ ୮ ତାରିଖରେ ସୁଶାନ୍ତଙ୍କ ଘର ଛାଡ଼ି ଦେଇଥିଲେ । ଲକଡାଉନ ଚାଲିଥିବା ବେଳେ ସୁଶାନ୍ତଙ୍କ ଉପରେ ମିଟୁର ଅଭିଯୋଗ ଲାଗିଥିଲା । ଏହି ସମୟରେ ସୁଶାନ୍ତଙ୍କ ସହ ରହିଲେ ରିୟାଙ୍କ କ୍ୟାରିୟର ଖରାପ ହୋଇଯିବ ବୋଲି ରିୟା ସୁଶାନ୍ତଙ୍କ ଘର ଛାଡ଼ି ଦେଇଥିବା ପ୍ରକାଶ କରିଥିଲେ । ଏହା ସହିତ ନିଜ ଷ୍ଟେଟମେଣ୍ଟରେ ରିୟା ସୁଶାନ୍ତ ଓ ସାରା ଡ୍ରଗସ ନେଉଥିବା ବିଷୟରେ ମଧ୍ୟ କହିଛନ୍ତି ।

କେଦାରନାଥ ଫିଲ୍ମର ସୁଟିଂ ସମୟରେ ସୁଶାନ୍ତ ହେବି ଡୋଜ ଡ୍ରଗସ ନେବା ଆରମ୍ଭ କରିଦେଇଥିଲେ । ଏହି ଫିଲ୍ମ ସୁଟିଂ ପୂର୍ବରୁ ସୁଶାନ୍ତ ଡ୍ରଗସ ନେଉଥିଲେ । କିନ୍ତୁ ଏହି ଫିଲ୍ମର ସୁଟିଂରେ ସେ ଅଧିକ ଡ୍ରଗସ ନେବା ଆରମ୍ଭ କରିଦେଇଥିଲେ ।